ଓଡିଶା

odisha

ETV Bharat / city

ମିଜାଇଲ ରେଞ୍ଜ ଟେକ୍ନୋଲୋଜି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ଚାନ୍ଦିପୁର ଆଇଟିଆରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ରେଞ୍ଜ ଟୋକ୍ନୋଲୋଜି ସମ୍ମିଳନୀ । ସାମିଲ ଦେଲେ ଦେଶ ବିଦେଶର 300 ରୁ ଉର୍ଦ୍ଧ୍ବ ପ୍ରତିନିଧି ।

By

Published : Feb 16, 2019, 3:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା. ବାଲେଶ୍ବର

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ବାଲେଶ୍ବର
ବାଲେଶ୍ୱର: ଜିଲ୍ଲାର ଚାନ୍ଦିପୁର ଆଇଟିଆର ଅଡିଟୋରିଅମ ଠାରେ ଆରମ୍ଭ ହୋଇଛି ତିନି ଦିନିଆ ଅନ୍ତର୍ଜାତୀୟ ରେଞ୍ଜ ଟେକ୍ନୋଲୋଜି ସମ୍ମିଳନୀ । ଶୁକ୍ରବାର ଅପରାହ୍ନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କିରଣ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।

ଏହି ସମ୍ମିଳନୀରେ ବିଶ୍ୱର ବହୁ ରାଷ୍ଟ୍ରରୁ ବିଶିଷ୍ଟ ବୈଜ୍ଞାନିକମାନେ ସାମିଲ ହୋଇଛନ୍ତି । ସମ୍ମିଳନୀରେ ମିଜାଇଲ ରେଞ୍ଜ ସମ୍ପର୍କିତ ନୂତନ ଜ୍ଞାନକୌଶଳ ବାବଦରେ ଆଲୋଚନା କରାଯିବ । ବିଦେଶ ଏବଂ ଦେଶର ବିଭିନ୍ନ ପ୍ରତିଷ୍ଠାନରୁ ଆସିଥିବା ପ୍ରାୟ 300ରୁ ଉର୍ଦ୍ଧ୍ବ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି ।

କାର୍ଯ୍ୟକ୍ରମ ଆରମ୍ଭରେ ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିସହ ବାଲେଶ୍ୱର ଭଳି ଏକ ଜାଗାରେ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିବାରୁ ଆୟୋଜକ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘ 30 ବର୍ଷର ଅପେକ୍ଷା ପରେ ଏମିତି ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଚାନ୍ଦିପୁର ଆଇଟିଆରର ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସନ୍ଦର୍ଭ ଓ ପ୍ରଦର୍ଶନୀ ପୁସ୍ତିକା ଉନ୍ମୋଚନ କରାଯାଇଥିଲା ।

ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଡିଆରଡିଓର ପୂର୍ବତନ ଅଧ୍ୟକ୍ଷ ଅବିନାଶ ଚନ୍ଦ୍ର, ଡିଜି (ଏମଏସଏସ) ଏମ.ଏସ.ଆର ପ୍ରସାଦ, ଆଟିଆର ନିର୍ଦ୍ଦେଶକ ଡ. ବିକେ ଦାସ, ସଂଯୋଜିକା ବି. ସୂଚରିତା ପ୍ରମୁଖ ଉପସ୍ଥିତ ଥିଲେ । ବୈଜ୍ଞାନିକ ମିଲନ କୁମାର ପାଲ ମଞ୍ଚ ସଂଚାଳନ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details