ବାଲେଶ୍ବର: ଗାନ୍ଧୀଙ୍କ ଆହ୍ବାନ କ୍ରମେ ଇଞ୍ଚୁଡିରେ ହୋଇଥିଲା ଲବଣ ସତ୍ୟାଗ୍ରହ । ଯାହାକୁ ଭାରତର ଦ୍ବିତୀୟ ଦାଣ୍ଡି ବୋଲି କୁହାଯାଏ। ବ୍ରିଟିଶ ସରକାରଙ୍କ ବିରୋଧ ଆରମ୍ଭ ହୋଇଥିବା ଆଇନ ଅମାନ୍ୟ ଆନ୍ଦୋଳନ ପରିଣତ ହୋଇଥିଲା ଲବଣ ସତ୍ୟାଗ୍ରହରେ । ସାରା ଭାରତରେ ଲବଣ ସତ୍ୟାଗ୍ରହ ଆଲୋଡନ ସୃଷ୍ଟି କରିଥିବା ବେଳେ ଇଞ୍ଚୁଡି ଲୁଣ ମାରିଥିଲେ ଉତ୍କଳ ବିପ୍ଲବୀ । ଗୋରାଙ୍କ ଗୁଳିଗୋଳା, ଅବିଶ୍ରାନ୍ତ ଲାଠି ମାଡ କିମ୍ବା ଗିରଫଦାରୀକୁ ସଂଗ୍ରାମୀଙ୍କ ପକାଇ ନଥିଲା କୌଣସି ପ୍ରଭାବ । ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ 60 ହଜାରରୁ ଅଧିକ ସତ୍ୟାଗ୍ରହୀ । ଯାହାର ମୁକସାକ୍ଷୀ ଇଞ୍ଚୁଡିରେ ଥିବା ସ୍ମୃତି ସ୍ତମ୍ଭ ହିଁ କହେ । ଯେଉଁ ଇଞ୍ଚୁଡି ପିଢି ପରେ ପିଢିଙ୍କୁ ବିଦେଶୀ ବର୍ଜନ କରି ଆତ୍ମନିର୍ଭର ହେବାର ଶିକ୍ଷା ଦିଏ ତାହା ଆଜି ଅବହେଳିତ ।
ଯେତେବେଳେ ବ୍ରିଟିଶ ସରକାର ଭାରତର ପ୍ରସ୍ତୁତ ଲୁଣ ବ୍ୟବହାର ନ କରିବାକୁ ଆଦେଶ ଦେବା ପରେ ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ । ବିଟ୍ରିଶ ସରକାରର କୌଣସି କଥା ମାନିବାକୁ ଗାନ୍ଧୀ କୁଟି ଖାଇ କାଟି ଖାଇବାର ଆହ୍ବାନ ଦେଇଥିଲେ ମହାତ୍ମା ଗାନ୍ଧୀ । 1930 ମସିହା ମାର୍ଚ୍ଚ 12ରେ ଗୁଜୁରାଟର ଦାଣ୍ଡି ଠାରେ ଆରମ୍ଭ ହୋଇଥିଲା ଲବଣ ସତ୍ୟାଗ୍ରହ । ଓଡିଶାରେ ଲବଣ ସତ୍ୟାଗ୍ରହର ନେତୃତ୍ବ ନେଇଥିଲେ ଗୋପବନ୍ଧୁ ଚୌଧୁରୀ । ତାଙ୍କ ଅଧୀନରେ ସେହି ମସିହା ମାର୍ଚ୍ଚ 16ରେ କଟକ କାଠଯୋଡି ନଈ ପଠା ନିକଟରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ସଭା । ଯେଉଁଥିରେ ବାଲେଶ୍ବରରୁ 17 ଜଣ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ହରେକୃଷ୍ଣ ମହତାବ, ସର୍ଦ୍ଦାର ସୁରେନ୍ଦ୍ର ନାଥ ଦାସ ଓ କୈଳାସ ଚନ୍ଦ୍ର ଇଞ୍ଚୁଡିରେ ସତ୍ୟାଗ୍ରହ କରିବାକୁ ପ୍ରସ୍ତାବ ଦେଇଥିଲେ ।
ଇଞ୍ଚୁଡିର 750 ଏକରରୁ ଊର୍ଦ୍ଧ୍ବ ଲୁଣାଜଳ ପ୍ଲାବିତ ଚଟାଣ ଥିଲା । ଏଠାକୁ ପୋଲିସ ଆସିବା ପାଇଁ କୌଣସି ରାସ୍ତାଘାଟ ନଥିବାରୁ ଏଠାରେ ହିଁ ଲୁଣ ମରା ଅଭିଯାନ କରାଯାଇଥିଲା । କଟକ ଗୁଣନିଧି ଭବନରୁ ଏପ୍ରିଲ 6 ରେ 21 ଜଣ ସତ୍ୟାଗ୍ରହୀ ପଦଯାତ୍ରାରେ ଚାନ୍ଦବାଲି ରାସ୍ତା ଦେଇ ଇଞ୍ଚୁଡି ବାହାରିଥିଲେ । ଏହି ସମୟରେ କଟକ ଚାନ୍ଦୋଳରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରି ନେଲେ ପୋଲିସ । ଯାହା ପରେ ଆଚାର୍ଯ୍ୟ ହରିହର ଦାସ ଏହାର ନେତୃତ୍ବ ନେବା ସହ କଟକରୁ ଟ୍ରେନ ଯୋଗେ ବାଲେଶ୍ବର ଅଭିମୁଖେ ବାହାରିଥିଲେ । ଯାଜପୁରରୁ ଅନ୍ୟ ଏକ ଦଳକୁ ଉକ୍ତ ଟ୍ରେନରେ ଯିବା ପାଇଁ ସନ୍ଦେଶ ଦିଆଯାଇଥିଲା ।
1930 ଅପ୍ରେଲ 12 ତାରିଖରେ ଆଚାର୍ଯ୍ୟ ହରିହର ଦାସଙ୍କ ସମେତ ଗୋଲକନାଥ ଦେ, ବିନୋଦ ଚୌଧୁରୀଙ୍କ ଭଳି ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ପଦଯାତ୍ରାରେ ଇଞ୍ଚୁଡି ଅଭିମୁଖେ ବାହାରିଥିଲେ। ତୁଣ୍ଡୁରା ଠାରେ ଏକ ଅସ୍ଥାୟୀ ଶିବିରରେ ରାତ୍ରିଯାପନ କରିବା ପରେ 13 ତାରିଖ ସକାଳେ ଇଞ୍ଚୁଡିରେ ପହଞ୍ଚିଥିଲେ। 13 ତାରିଖ ବିଷୁବ ସଂକ୍ରାନ୍ତି ଦିନ ଲୁଣ ମାରିବା ପାଇଁ ଚାଟିପଦାରେ ସମସ୍ତ ପ୍ରସ୍ତୁତି ହୋଇଥିଲା ।