ବାଲେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ 'ଫନି' ର ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆସନ୍ତାକାଲି ଏହା ସ୍ଥଳଭାଗରେ ପୁରୀ ଛୁଇଁବ। ଏହା ପୂର୍ବରୁ ବାତ୍ୟା ଦ୍ୱାରା ହେବାକୁ ଥିବା କୌଣସି ପ୍ରକାରର ସାମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ଏହିକ୍ରମରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ତତ୍ପରତା ଦେଖାଇଛି।
'ଫନି' ପ୍ରକୋପ: ସ୍ଥାନାନ୍ତର ହେବେ ଉପକୂଳବାସୀ - funny cyclone
ସାମୁଦ୍ରିକ ଝଡ 'ଫନି' ର ମୁକାବିଲା ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ । ବାତ୍ୟା ଦ୍ୱାରା ହେବାକୁ ଥିବା କୌଣସି ପ୍ରକାରର ସାମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଇଛି ପ୍ରଶାସନ ।
ସାମୁଦ୍ରିକ ଝଡ 'ଫନି' କୁ ଦୃଷ୍ଟିରେ ରଖି ଜିଲ୍ଲାର 5ଟି ବ୍ଲକ ପାଇଁ ସତର୍କତା ଜାରି କରାଯାଇଛି । ସେଗୁଡିକ ହେଉଛି ଭୋଗରାଇ, ବାହାନଗା, ବାଲିଆପାଳ, ସଦର ଏବଂ ରେମୁଣା। ଏହି ସବୁ ବ୍ଲକର 27ଟି ପଞ୍ଚାୟତ ଅଧିନସ୍ଥ 63ଟି ଗ୍ରାମର 1ଲକ୍ଷ 47ହଜାର 780 ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି।
ଏଥିପାଇଁ ଜିଲ୍ଲାର 140ଟି ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିରୋସିନି ଠାରୁ ଆରମ୍ଭ କରି ଜେନେରେଟର ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଶୁଖିଲା ଖାଦ୍ୟ ମଧ୍ୟ ବିଭିନ୍ନ ସତର୍କତା ଜାରି କରାଯାଇଥିବା ବ୍ଲକ ପାଇଁ ପଠାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ଏନଡିଆରଏଫର 2ଟି ଏବଂ ଓଡ୍ରାଫର 2ଟି ଏବଂ ଅଗ୍ନିଶମ ବିଭାଗର ଗୋଟିଏ ଟିମ ବିଭିନ୍ନ ବ୍ଲକରେ ପହଞ୍ଚି ସାରିଲେଣି । ଅନ୍ୟପଟେ ସମୁଦ୍ରକୂଳିଆ ଅଞ୍ଚଳରେ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଛି ।
ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ