ଓଡିଶା

odisha

ETV Bharat / city

ବାଲେଶ୍ବରରେ ବନ୍ୟା ବିପଦ ! ଜଳକାରେ ୨୦୦ ମିଟର ଘାଇ

ଦୁର୍ବଳ ନଦୀବନ୍ଧ ଭାଙ୍ଗି ୨୦୦ ମିଟରର ଘାଇ ସୃଷ୍ଟି ହୋଇଛି । ବସ୍ତା ବ୍ଲକର ୧୨ଟି ପଞ୍ଚାୟତର ଲୋକେ ଏବେ ଜଳମଗ୍ନ ହୋଇ ରହିଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ବରରେ ବନ୍ୟା ବିପଦ !, ଜଳକାରେ ୨୦୦ ମିଟର ଘାଇ
ବାଲେଶ୍ବରରେ ବନ୍ୟା ବିପଦ !, ଜଳକାରେ ୨୦୦ ମିଟର ଘାଇ

By

Published : Sep 22, 2021, 4:23 PM IST

ବାଲେଶ୍ବର:ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜିଲ୍ଲାର ବସ୍ତା ବ୍ଲକ୍ ମଥାନି ଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ତେବେ ଏହି ଜଳସ୍ତର ୫.୫୦ ମିଟର ଥିବା ବେଳେ ଜଳକା ନଦୀରେ ୭.୩୦ ମିଟର ଉପରେ ରହିଛି ଜଳସ୍ତର । ଏଥିପାଇଁ ବିଭିନ୍ନ ଗାଁ ଏବେ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ବାଲେଶ୍ବରରେ ବନ୍ୟା ବିପଦ !, ଜଳକାରେ ୨୦୦ ମିଟର ଘାଇ

ସେପଟେ ବସ୍ତା ବ୍ଲକ ସୀମାକୁ ଲାଗି କରିଥିବା ଅଞ୍ଚଳରେ ଦୁର୍ବଳ ନଦୀବନ୍ଧ ଭାଙ୍ଗିଯିବା ଯୋଗୁଁ ୨୦୦ ମିଟରର ଏକ ଘାଇ ସୃଷ୍ଟି ହୋଇଛି । ଏହାଦ୍ବାରା ବ୍ଲକର ୧୨ରୁ ଉର୍ଦ୍ଧ୍ବ ପଞ୍ଚାୟତ ପାଣି ଘେରରେ ରହିବା ସହ ଅଞ୍ଚଳର ପ୍ରାୟ ୧୦ଟି ଗାଁରେ ବ୍ୟାପକ କ୍ଷୟକ୍ଷତି ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ତା ସହିତ ରାଘବପୁର ଓ ରାସଗୋବିନ୍ଦପୁର ପଞ୍ଚାୟତର ଏକତାଳୀ ଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଏହାଦ୍ବାରା ଅଞ୍ଚଳର ବିଭିନ୍ନ ସ୍ଥାନର ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ତପ୍ତରତା ପ୍ରକାଶ ପାଇ ନଥିବା ନେଇ ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details