ଓଡିଶା

odisha

ETV Bharat / city

ପେପର ମିଲ ନିର୍ଦ୍ଦେଶକଙ୍କୁ ଆକ୍ରମଣ, ଆହତ ହୋଇ ମେଡିକାଲରେ ଭର୍ତ୍ତି

ପେପର ମିଲର କର୍ମଚାରୀଙ୍କୁ ଆକ୍ରମଣ । ଚାକିରୀରୁ ବହିଷ୍କୃତ କାରଣ ଯୋଗୁଁ ଶ୍ରମିକଙ୍କ ଆକ୍ରମଣ । କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଏମିତି କାଣ୍ଡ ଭିଆଇଥିବା ନେଇ ସୂଚନା । ଅଧିକ ପଢନ୍ତୁ...

ପେପର ମିଲ ନିର୍ଦ୍ଦେଶକଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ, ଆହତ ହୋଇ ମେଡିକାଲରେ ଭର୍ତ୍ତି
ପେପର ମିଲ ନିର୍ଦ୍ଦେଶକଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ, ଆହତ ହୋଇ ମେଡିକାଲରେ ଭର୍ତ୍ତି

By

Published : Jul 14, 2021, 11:01 PM IST

ବାଲେଶ୍ଵର:ରେମୁଣା ଠାରେ ଥିବା ଇମାମି ପେପର ମିଲରେ ଜଣେ ବହିଷ୍କୃତ ଶ୍ରମିକଙ୍କ ଆକ୍ରମଣ । ପେପର ମିଲର ନିର୍ଦ୍ଦେଶକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ । ସୂଚନାନୁସାରେ ମିଲ କାର୍ଯ୍ୟରୁ ବହିସ୍କୃତ ହୋଇଥିବା ଶ୍ରମିକ ସୁରେନ୍ଦ୍ର ଜେନା ହଠାତ ମିଲ ଭିତରେ ପଶି ଏକ ତେଲେଙ୍ଗା କଟୁରୀ ସାହାଯ୍ୟରେ ନିର୍ଦ୍ଦେଶକ ଏସ୍ କେ ଖଇତାନଙ୍କୁ ଆକ୍ରମଣ କରିଥିଲେ ।

ପେପର ମିଲ ନିର୍ଦ୍ଦେଶକଙ୍କୁ ଆକ୍ରମଣ, ଆହତ ହୋଇ ମେଡିକାଲରେ ଭର୍ତ୍ତି

ଏହି ଆକ୍ରମଣରେ ନିର୍ଦ୍ଦେଶକଙ୍କ ଆହତ ହେବାସହ ଚତୁର୍ଥ ଶ୍ରେଣୀ କର୍ମଚାରୀ ବେଣୁଧର ରାଉଳ ମଧ୍ୟ ଆହତ ହୋଇଛନ୍ତି । ଆକ୍ରମଣ ଯୋଗୁଁ ସାମାନ୍ଯ ଆହତ ହୋଇଛନ୍ତି ମିଲର ନିର୍ଦ୍ଦେଶକ । ଏନେଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ କାବୁକରି ପୋଲିସର ଜିମା ଦିଆଯାଇଛି । ପୁନଃ ନିଯୁକ୍ତି ଦାବିରେ ଏମିତି କାଣ୍ଡ ଭିଆଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details