ଓଡିଶା

odisha

ETV Bharat / city

BSKY Smart Health Card; ସ୍ବାସ୍ଥ୍ୟ ଭିତ୍ତିଭୂମି ନାହିଁ, ହେଲଥ କାର୍ଡ ବାଣ୍ଟିବାର ମୂଲ୍ୟ କଣ

ବାଲେଶ୍ବର ଜିଲ୍ଲାରେ BSKY Smart Health card ବଣ୍ଟନକୁ ନେଇ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ନ ଥିବାବେଳେ ରାଜ୍ୟ ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ

BSKY Smart Health card
Baleswar District Congress ; ସ୍ବାସ୍ଥ୍ୟ ଭିତ୍ତିଭୂମି ନାହିଁ, ହେଲଥ କାର୍ଡ ବାଣ୍ଟିବାର ମୂଲ୍ୟ କଣ

By

Published : Nov 27, 2021, 5:48 PM IST

ବାଲେଶ୍ବର:BSKY ହେଲଥ କାର୍ଡ ବଣ୍ଟନକୁ ନେଇ ବାଲେଶ୍ବର ଜିଲ୍ଲା କଂଗ୍ରେସ (Balasore District Congress ) ସାମ୍ବାଦିକ ସମ୍ମିଳନୀ । ଜିଲ୍ଲାର ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ନ ଥିବାବେଳେ ରାଜ୍ୟ ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କଂଗ୍ରେସ କହିଛି ।

Baleswar District Congress ; ସ୍ବାସ୍ଥ୍ୟ ଭିତ୍ତିଭୂମି ନାହିଁ, ହେଲଥ କାର୍ଡ ବାଣ୍ଟିବାର ମୂଲ୍ୟ କଣ

ବାଲେଶ୍ଵରରେ ସ୍ମାର୍ଟ ହେଲଥ କାର୍ଡ (BSKY Smart Health card) ମୁଖ୍ୟମନ୍ତ୍ରୀ ବାଣ୍ଟିବା ପରେ ଏହାକୁ ନେଇ ଜିଲ୍ଲା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ବାସ୍ଥ୍ୟସେବା ସମ୍ବନ୍ଧୀୟ ପ୍ରଶ୍ନ କରିଛି । ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି କହିଛନ୍ତି ଯେ, ବାଲେଶ୍ଵର ଜିଲ୍ଲାର ସବୁ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ICU ବେଡର ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ଜିଲ୍ଲାରେ ସ୍ବାସ୍ଥ୍ୟସେବା ସାଧାରଣଲୋକ ପାଇବାରେ ଅନେକ ସମୟରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ବଦଳରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବାର କିଛି ମୂଲ୍ୟ ନାହିଁ ବୋଲି କଂଗ୍ରେସ କହିଛି ।

ସୂଚନାଥାଉକି, ଗତକାଲି (ଶୁକ୍ରବାର) BSKY ହେଲଥ କାର୍ଡ ବଣ୍ଟନ ନେଇ ବାଲେଶ୍ବର ଜିଲ୍ଲା ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହାକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details