ଓଡିଶା

odisha

ETV Bharat / city

ବାଲେଶ୍ବରରେ ବିକାଶଧାରାକୁ ମିଛ କହିଲା କଂଗ୍ରେସ

ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ନୂତନ ଭାବେ ମନୋନୀତ ହୋଇଥିବା କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ବରରେ ବିକାଶଧାରାକୁ ମିଛ କହିଲା କଂଗ୍ରେସ
ବାଲେଶ୍ବରରେ ବିକାଶଧାରାକୁ ମିଛ କହିଲା କଂଗ୍ରେସ

By

Published : Oct 19, 2020, 9:02 PM IST

Updated : Oct 19, 2020, 10:50 PM IST

ବାଲେଶ୍ଵର: ବାଜି ସାରିଛି ଉପନିର୍ବାଚନ ବିଗୁଲ । ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଅଣ୍ଟା ଭିଡି ସାରିଛନ୍ତି । ବିଜେପି ସହାନୁଭୂତି ଭୋଟ ହାତେଇବାକୁ ପ୍ରୟାସ କରୁଥିବାବେଳେ ବିଜେଡି ମଧ୍ୟ ବିଜୟ ହାସଲ କରିବାକୁ ରଖିଛି ଆଶା । ଅନ୍ୟପକ୍ଷେ ବିକାଶ ଧାରାକୁ ମିଛ ବୋଲି କହିଛି ବାଲେଶ୍ଵର କଂଗ୍ରେସ ।

ବାଲେଶ୍ବରରେ ବିକାଶଧାରାକୁ ମିଛ କହିଲା କଂଗ୍ରେସ
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ନୂତନ ଭାବେ ମନୋନୀତ ହୋଇଥିବା କଂଗ୍ରେସ ଜିଲ୍ଲା ସଭାପତି ସଞ୍ଜୀବ ଗିରି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, 1980ରୁ 1985 ଯାଏ କଂଗ୍ରେସ ଶାସନ ସମୟରେ ବାଲେଶ୍ୱରରେ ଅନେକ ବିକାଶ ହୋଇଥିଲା । ମାତ୍ର ତା ପରେ ବିକାଶ କେବଳ ଏକ ମିଛକଥା ହୋଇ ରହିଯାଇଛି। ଆଗାମୀ ନିର୍ବାଚନରେ କଂଗ୍ରେସ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଧାରାକୁ ନେଇ ଲୋକଙ୍କ ପାଖକୁ ଯିବ ଓ ଭୋଟ ମାଗିବ ବୋଲି ସେ କହିଛନ୍ତି ।ସେହିପରି କଂଗ୍ରେସ ସମୟରେ ହୋଇଥିବା ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ଏବେ କେବେଳ ଓପିଡ଼ି ହୋଇ ରହିଥିବାରୁ ଏହାର ତ୍ୱରାନ୍ୱିତ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାକୁ ଗିରି ଆହ୍ୱାନ ଦେଇଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Oct 19, 2020, 10:50 PM IST

ABOUT THE AUTHOR

...view details