ଓଡିଶା

odisha

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ କରାଯାଉଛି ଉପେକ୍ଷା !

By

Published : Jun 17, 2021, 10:34 PM IST

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛି ବାଲେଶ୍ବର ଜିଲ୍ଲା ବିଜେପି । ଅଧିକ ପଢ଼ନ୍ତୁ...

Balasore district BJP, BJP accused, Union Minister Pratap Sarangi is being ignored, Union Minister Pratap Sarangi, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ବର ଜିଲ୍ଲା ବିଜେପି
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ କରାଯାଉଛି ଉପେକ୍ଷା !

ବାଲେଶ୍ବର:ସରକାରୀ କାର୍ଯ୍ୟକ୍ରମରେ କ୍ରମାଗତ ଭାବେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଉପେକ୍ଷା ହେଉଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଅସନ୍ତୋଷ ଜାହିର କରିଛି ଦଳ।

ବିଜେପିର ଅଭିଯୋଗ ଅନୁସାରେ, ୟାସ୍ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନରେ, ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ ଆଦି ବେଳେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଡକାଯାଇନଥିଲା, କିମ୍ବା କୌଣସି କାର୍ଯ୍ୟରେ ତାଙ୍କ ପରାମର୍ଶ ଓ ମତାମତ ମଧ୍ୟ ଲୋଡ଼ା ଯାଇନାହିଁ । ଏନେଇ ଦଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଏହାସହ ବାତ୍ୟା କ୍ଷୟକ୍ଷତି ଆକଳନରେ ଅନିୟମିତତା ଜିଲ୍ଲାରେ କୃଷି ଓ କୃଷକଙ୍କ ସମସ୍ୟା ସମ୍ବଳିତ ଅନ୍ୟ ବହୁବିଧ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଗୁରୁବାର ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ଉପେକ୍ଷାର ତୀବ୍ର ପ୍ରତିବାଦ କରିଥିଲା ଦଳ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details