ଓଡିଶା

odisha

ETV Bharat / city

ଅଟୋ ଚାଳକଙ୍କୁ ସହାୟତା ଦାବିରେ ଧାରଣା - ବାଲେଶ୍ବରରେ ଅଟୋ ଚାଳକଙ୍କ ଧାରଣା

ସରକାରୀ ସହାୟତା, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଋଣ କିସ୍ତିରେ ରିହାତି ଆଦି ଦାବି ନେଇ ବାଲେଶ୍ଵର ଅଟୋରିକ୍ସା କୋର୍ଡିନେସନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ଅଧିକ ପଢନ୍ତୁ...

ଅଟୋ ଚାଳକଙ୍କୁ ସହାୟତା ଦାବିରେ ଧାରଣା
ଅଟୋ ଚାଳକଙ୍କୁ ସହାୟତା ଦାବିରେ ଧାରଣା

By

Published : Jun 9, 2020, 3:31 PM IST

ବାଲେଶ୍ବର: କୋରୋନା ଲକଡାଉନ ପାଇଁ ଅଟୋ ଉପରେ ନିର୍ଭର କରି ବଞ୍ଚୁଥିବା 800ରୁ ଉର୍ଦ୍ଧ୍ଵ ପରିବାର ଏବେ ହାତ ଟେକି ବସିଛନ୍ତି । ଋଣ କରି ଅଟୋ କିଣିଥିବା ଲୋକମାନେ ବର୍ତ୍ତମାନ କିସ୍ତି ଦେବାରେ ଭୋଗୁଛନ୍ତି ଅନେକ ଅସୁବିଧା । ଅଟୋ ହିଁ ଏକମାତ୍ର ରୋଜଗାର ପନ୍ଥା ହୋଇଥିବା ବେଳେ ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ସରକାରୀ ସହାୟତା ଅପେକ୍ଷାରେ ଥିବା ଅଟୋ ଚାଳକମାନେ ଏବେ ହତାଶ ହୋଇଯାଇଛନ୍ତି।

ଅଟୋ ଚାଳକଙ୍କୁ ସହାୟତା ଦାବିରେ ଧାରଣା

ଏଥିପାଇଁ ତୁରନ୍ତ ସରକାରୀ ସହାୟତା, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଋଣ କିସ୍ତିରେ ରିହାତି ଆଦି ଦାବି ନେଇ ବାଲେଶ୍ଵର ଅଟୋରିକ୍ସା କୋର୍ଡିନେସନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଅଟୋ ଚାଳକମାନେ ବର୍ତ୍ତମାନ ରୋଜଗାର ହରାଇଥିବାରୁ ସରକାରଙ୍କ ଘୋଷଣା ଅନୁସାରେ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାପାଇଁ ଦାବି ହୋଇଛି ।

କମିଟି ପକ୍ଷରୁ ଏମିତି ଦାବି ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଉଚ୍ଚପଦସ୍ତ ଅଧିକାରୀଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛି କମିଟି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details