ବାଲେଶ୍ବର:ପାଠପଢା ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ଆରମ୍ଭ ହୋଇଛି । ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ପୋଷାକ ଓ ବହି ମଧ୍ୟ ମାଗଣାରେ ବଣ୍ଟନ କରାଯାଉଛି । କିନ୍ତୁ ଏବେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତିତା ହୋଇଥିବା ଘଟଣା ସାମ୍ନାକୁ ଆସିଛି, ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେବାରୁ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ । ଶନିବାର ଅଣ୍ଡା ତରକାରୀ ବଦଳରେ ଆଳୁ ତରକାରୀ ଦେବାରୁ ଏଭଳି ପଦକ୍ଷପ ନେଇଥିଲେ ଅଭିଭାବକ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ପ୍ରାଥମିକ ବିଦ୍ୟାଳୟରେ ।
ମିଳିଥିବା ସୂଚନା ଅନୁଯାୟୀ , ଗତ ଶନିବାର ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଅଣ୍ଡା ଦିଆଯିବା କଥା। ମାତ୍ର ବିଦ୍ୟାଳୟରେ ପକ୍ଷରୁ ଅଣ୍ଡା ତରକାରୀ ବଦଳରେ ଆଳୁ ତରକାରୀ ଦିଆଯାଇଥିଲା । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିବା। ଆଜି (ସୋମବାର) ସ୍କୁଲ ଖୋଲିବା ପରେ ଅଭିଭାବକମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣ ଦେଇଥିଲେ। ଏମିତିକି ସ୍କୁଲ ଭିତରକୁ କାହାକୁ ବି ଛାଡି ନଥିଲେ ଅଭିଭାବକ ମାନେ।