ବାଲେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକରେ ଦେଶର ଶିକ୍ଷା ଓ ସାମାଜିକ ସ୍ଥିତିକୁ ନେଇ ମୋଟ ୪ଟି ପ୍ରସ୍ତାବ ପାରିତ ହୋଇଥିଲା । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଭଳି ପଦକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟରେ ଏହା ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି ହୋଇଛି ।
ଏହି ଅବସରରେ ୧୦ ଜଣଙ୍କୁ ଦାୟିତ୍ବ ମିଳିଛି । ଗୋବିନ୍ଦ ନାୟକଙ୍କୁ ପରିସରର ସର୍ବଭାରତୀୟ ଜନଜାତି ଛାତ୍ର ପ୍ରମୁଖ, ପୂର୍ବକ୍ଷେତ୍ରର ନେତ୍ରୀ ସ୍ମୃତିସୁଧା ସାହୁଙ୍କୁ କେନ୍ଦ୍ରିୟ କାର୍ଯ୍ୟ ସମିତି ସଦସ୍ୟା, ଓଡ଼ିଶାର ପ୍ରାନ୍ତ ସଂଗଠନ ସମ୍ପାଦକ ଭାବେ ଅଭିନାଶ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି।