ବାଲେଶ୍ଵର: କୋଭିଡ ଟୀକାକରଣକୁ ଜୋରଦାର କରାଯାଇଛି। କୋରୋନାର ଦ୍ଵିତୀୟ ଲହର ସଂକ୍ରମଣ ଆଶଙ୍କା କରି ଏହି ପ୍ରକ୍ରିୟାକୁ ଆହୁରି ଅଧିକ ତ୍ବରାନ୍ବିତ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକାକରଣ ଚାଲୁଥିବା ବେଳେ ଲୋକମାନଙ୍କ ପ୍ରବଳ ଭିଡ ଯୋଗୁଁ ସଂକ୍ରମଣ ବୃଦ୍ଧି ଆଶଙ୍କା କରି ପ୍ରଶାସନ ଏଥର ପଦକ୍ଷେପ ନେଇଛି।
ବାଲେଶ୍ବରର 24 ଟି ସେଣ୍ଟରରେ ଚାଲିଛି ଟୀକାକରଣ
ବାଲେଶ୍ବରରେ କୋଭିଡ ଟୀକାକରଣକୁ ଜୋରଦାର କରାଯାଇଛି। ଜିଲ୍ଲାର ସମୁଦାୟ 24 ଟି ସେଣ୍ଟରରେ ଟୀକାକରଣ କରାଯାଉଛି। ଅଧିକ ପଢନ୍ତୁ...
ଜିଲ୍ଲାର ସମୁଦାୟ 24 ଟି ସେଣ୍ଟରରେ ଟୀକାକରଣ କରାଯାଉଛି। ବ୍ଲକ ସ୍ତରରେ ବିଭିନ୍ନ ସ୍କୁଲରେ ଟୀକାକରଣ କେନ୍ଦ୍ର କରାଯାଇ ଲୋକଙ୍କୁ ଟୀକା ପ୍ରଦାନ କରାଯାଉଛି। ଏହାସହ ବାଲେଶ୍ବର ସହରରେ ମଧ୍ୟ 6 ଟି ସେଣ୍ଟର କରାଯାଇ ଭିଡ଼ ନିୟନ୍ତ୍ରଣ କରି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାକୁ ସମୁଦାୟ 10 ହଜାର 600 ଡୋଜ ଟୀକା ଆସିଥିବା ବେଳେ 45 ବର୍ଷ ଉପର ଲୋକମାନଙ୍କୁ ଓ କୋଭିଡ ଯୋଦ୍ଧାମାନଙ୍କୁ ଟୀକା ପ୍ରଦାନ କରାଯାଇଛି। ଦ୍ଵିତୀୟ ଡୋଜ ବିଳମ୍ବ ହେବାକୁ ଥିବା ବେଳେ ଆଗାମୀ ଦିନରେ 18 ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ