ଓଡିଶା

odisha

ETV Bharat / city

କାଠଭାଡି ତଳୁ 14 ଫୁଟର ଅହିରାଜ ଉଦ୍ଧାର

ବାଲେଶ୍ବର ଜିଲ୍ଲାର ଔପଦା ବ୍ଲକ ଢୋଲପୁର ଗାଁରୁ ୧୪ ଫୁଟର ଅହିରାଜ ସାପ ଉଦ୍ଧାର । କାଠ ଆଣିବାକୁ ଯାଇଥିବା ବେଳେ ଘର ଲୋକେ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Sep 30, 2019, 11:30 AM IST

ବାଲେଶ୍ବର: ଜିଲ୍ଲାର ଔପଦା ବ୍ଲକ ଢୋଲପୁର ଗାଁରୁ ଅହିରାଜ ସାପ ଉଦ୍ଧାର । ଗାଁର ଅନ୍ତର୍ଯ୍ୟାମୀ ରାଉତଙ୍କ ଓଳିପଠାରେ ଥିବା କାଠଭାଡ଼ି ତଳେ ଏହି ୧୪ ଫୁଟର ଅହିରାଜକୁ ଉଦ୍ଧାର କରାଯାଇଛି । ତେବେ କାଠ ଆଣିବାକୁ ଯାଇଥିବାବେଳେ ଘର ଲୋକେ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଖବର ପାଇ ଉଦ୍ଧାରକାରୀ ଟିମଙ୍କୁ ନେଇ ଟିମ ମୁଖ୍ୟ ତଥା( Wild Life Warden) ପ୍ରକାଶ ମର୍ଦ୍ଦରାଜଙ୍କ ତତ୍ବାବଧାନରେ ସାପଟିକୁ ଉଦ୍ଧାର କରାଯାଇଥିଲା । ତେବେ ଏହି 14 ଫୁଟର ଅହିରାଜକୁ ଉଦ୍ଧାର କରାଯିବା ପରେ କୁଳଡିହା ଅଭୟାରଣ୍ୟରେ ଛଡ଼ାଯିବାର ସୂଚନା ଦେଇଛନ୍ତି ଉଦ୍ଧାରକାରୀ ଟିମ ।

ଅହିରାଜଟି ଖାଦ୍ୟ ଅନ୍ବେଷଣରେ ଆସିଯାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details