ନୂଆଦିଲ୍ଲୀ:ବିଶ୍ବର ତୃତୀୟତମ ଧନୀ ବ୍ୟକ୍ତି ହେଉଛନ୍ତି ଗୌତମ ଆଦାନୀ (world's Third-Richest Man Gautam Adani)। ତେବେ କିଛି ଦିନ ହେବ ପ୍ରଧାନମନ୍ତ୍ରୀ(Prime Minister Narendra Modi ) ଏବଂ ଆଦାନୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏନେଇ ଗତକାଲି(ଶନିବାର) ମୁହଁ ଖୋଲିଛନ୍ତି ଗୌତ ଆଦାନୀ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହାକୁ ଖଣ୍ଡନ କରିଛନ୍ତି ।
ଗୌତମ ଆଦାନୀ କହିଥିଲେ, "ଆମେ ସବୁ ରାଜ୍ୟରେ ବ୍ୟବସାୟ କରିବାକୁ ଚାହୁଁଛୁ । ବର୍ତ୍ତମାନ ସୁଦ୍ଧା ଆମର ୨୨ଟି ରାଜ୍ୟରେ ବ୍ୟବସାୟ ଚାଲୁଅଛି । ଏହି ସମସ୍ତ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ । କୌଣସି ରାଜ୍ୟ ସରକାରଙ୍କ ସହ ଆମର ସମସ୍ୟା ନାହିଁ । କେରଳରେ ଥିବା ବାମପନ୍ଥି ସରକାର, ପଶ୍ଚିମବଙ୍ଗରେ ମମତା ଦିଦି ହୁଅନ୍ତୁ, ଓଡିଶାର ନବୀନ ସରକାର କିମ୍ବା ଆନ୍ଧ୍ରରେ ଜଗନମୋହନ ରେଡ୍ଡୀଙ୍କର ସରକାର ହେଉ, ଆମର କୌଣସି ସ୍ଥାନରେ ବ୍ୟବସାୟ କରିବାରେ ସମସ୍ୟା ହେଉନାହିଁ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଦାନୀ କହିଥିଲେ,"ଆପଣ ମୋଦିଙ୍କ ଠାରୁ କୌଣସି ପ୍ରକାର ବ୍ୟକ୍ତିଗତ ସାହାଯ୍ୟ ପାରିପାରିବେ ନାହିଁ । ପଲିସି ତିଆରି ହେବାବେଳେ କେବଳ ଆଦାନୀ ପାଇଁ ହୁଏନି, ସମସ୍ତଙ୍କ ପାଇଁ ସମାନ ହୋଇଥାଏ ।"
ଏହା ମଧ୍ୟ ପଢନ୍ତୁ: HP Cabinet Expansion: ଆଜି ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେବେ ୧୦ ବିଧାୟକ