ଓଡିଶା

odisha

By ETV Bharat Odisha Team

Published : Sep 6, 2023, 8:03 PM IST

ETV Bharat / business

ମ୍ୟୁଚୁଆଲ୍‌ ଫଣ୍ଡ୍‌ ମିସ୍‌ସେଲିଂକୁ ରୋକିବ AI !

ମ୍ୟୁଚୁଆଲ୍‌ ଫଣ୍ଡରେ ମିସ୍‌ସେଲିଂକୁ ରୋକିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ଯାଉଛି ସେବି। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ସେବିର ଚେୟାରମ୍ୟାନ ମାଧବୀ ପୁରି ବୁଚ୍‌। ଅଧିକ ପଢ଼ନ୍ତୁ

ମ୍ୟୁଚୁଆଲ୍‌ ଫଣ୍ଡ୍‌
ମ୍ୟୁଚୁଆଲ୍‌ ଫଣ୍ଡ୍‌

ମୁମ୍ବାଇ:ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ବ୍ୟବହାର କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ମିସ୍‌ସେଲିଂକୁ ରୋକିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ହେବ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ସେବିର ଚେୟାରମ୍ୟାନ ମାଧବୀ ପୁରି ।

ଦେଶରେ କୋଟିକୋଟି ଲୋକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି । ଏଥିରେ ପ୍ରତିମାସରେ କିଛି ରାଶି ନିବେଶ କରିବାକୁ ପଡ଼ିଥାଏ । ଏହା ବ୍ୟତୀତ ଲଙ୍ଗ୍‌ ଟର୍ମ ପାଇଁ ଯଦି ଟଙ୍କା ନିବେଶ କରାଯାଏ ତେବେ ଏଥିରୁ ଅଧିକ ରିଟର୍ଣ୍ଣ ମିଳିଥାଏ । ତେବେ ମ୍ୟୁଚୁଆଲ ଫଣ୍ଡରେ ହେଉଥିବା ମିସ୍‌ସେଲିଂକୁ ରୋକିବା ପାଇଁ ଏବେ ପଦକ୍ଷେପ ନିଆଯାଉଛି। ସେବିର ଚେୟାରମ୍ୟାନ ମାଧବୀ ପୁରି ବୁଚ ମିସ୍‌ସେଲିଂର ଉଦାହରଣ ଦେଇ କହିଛନ୍ତି ଯେ, 90 ବର୍ଷ ବୟଷ୍କ ଜଣେ ବ୍ୟକ୍ତିକୁ 7 ବର୍ଷର ଲକ-ଇନ ଅବଧୀର ଏକ ଫଣ୍ଡ୍‌ ବିକ୍ରି କରାଯାଇଥିଲା । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଆଲ୍‌ଗୋରିଦିମ ମାଧ୍ୟମରେ ଏଭଳି ମାମଲାକୁ ଧରିବାରେ ସାହାଯ୍ୟ କରିବ ।

ଏହା ମଧ୍ୟ ପଢ଼ନ୍ତୁ...Bank Holiday: ସେପ୍ଟେମ୍ବରରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଛୁଟି ତାଲିକା ପ୍ରକାଶ କଲା RBI

ତେବେ ବୁଚ୍‌ 4ର୍ଥ ଗ୍ଲୋବାଲ ଫିନଟେକ୍‌ ଉତ୍ସବରେ କହିଛନ୍ତି "ଆମେ ମିସ୍‌ସେଲିଂକୁ ରୋକିବା ପାଇଁ କାମ କରୁଛୁ। ଯାହା ମ୍ୟୁଚୁଆଲ ଫଣ୍ଡ୍‌ ବିତରକ, ଏଜେଣ୍ଟ୍ କିମ୍ବା ମ୍ୟୁଚୁଆଲ ଫଣ୍ଡ୍‌ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ହ୍ବାରା ହୋଇଥାଏ । ତେବେ ଏଭଳି ଜଟିଳ ସମସ୍ୟାର ସମାଧାନ ପାଇଁ AIର ଆବଶ୍ୟକତା ରହିଛି ।" ବଜାର ନିୟାମକ ସେବି ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ଏକ ଘଣ୍ଟାରେ ବାଣିଜ୍ୟ ସମ୍ବନ୍ଧିତ ସମସ୍ୟାର ସମାଧାନ ବ୍ୟବସ୍ଥା କରିବ । ତେବେ ପରେ ଏହି ପ୍ରକ୍ରିୟାକୁ ଶୀଘ୍ର କରାଯିବ । କିଛି ବିଦେଶୀ ପୋର୍ଟଫୋଲିୟୋ ନିବେଶକମାନେ ବିଦେଶୀ ମୁଦ୍ରା ପ୍ରଭାବ ଦର୍ଶାଇ ଅଳ୍ପ ସମୟର ସମାଧାନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଥିଲେ । ତେବେ ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଶୀଘ୍ର ସମାଧାନ ବ୍ୟବସ୍ଥା ଇଚ୍ଛାଧୀନ ଅଟେ । ଯଦି ନିବେଶକ ଚାହିଁବେ ତେବେ ଏଥିରୁ ବାଦ ଦେଇପାରିବେ ।

ତେବେ ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ, ବାଣିଜ୍ୟ ସମାଧାନକୁ ତ୍ୱରିତ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରୁଛି । ଏହା ମଧ୍ୟ କହିଛନ୍ତି ଯେ, ଏହି ସମୟ ଅବଧିକୁ ଗୋଟିଏ ଦିନରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏବଂ ଏହାକୁ ଆହୁରି ଶୀଘ୍ର କରିବା ପାଇଁ ଯୋଜନା କରାଯାଉଛି । ତେବେ ଏକ ଘଣ୍ଟା ପାଇଁ ଆଗରୁ ଟେକ୍ନୋଲୋଜି କାର୍ଯ୍ଯକାରୀ ଦେଉଥିବା ବେଳେ ଏହି ସମାଧାନକୁ ଶୀଘ୍ର କରିବା ପାଇଁ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ଏବଂ ଏଥିପାଇଁ AIର ସହାୟତା ନିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details