ଓଡିଶା

odisha

By

Published : Nov 16, 2022, 8:37 AM IST

ETV Bharat / business

SBI ଗ୍ରାହକଙ୍କୁ ଝଟକା: ସୁଧହାର ବଢାଇଲା ବ୍ୟାଙ୍କ, ଦେବାକୁ ପଡିବ ଅଧିକ EMI

ଗ୍ରାହକଙ୍କୁ ବଡ ଝଟକା ଦେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ । ପୁଣିଥରେ ସୁଧହାର ବଢାଇଲା ଏସବିଆଇ । ଅଧିକ ପଢନ୍ତୁ

SBI ଗ୍ରାହକଙ୍କୁ ଝଟକା: ସୁଧହାର ବଢାଇଲା ବ୍ୟାଙ୍କ, ଦେବାକୁ ପଡିବ ଅଧିକ EMI
SBI ଗ୍ରାହକଙ୍କୁ ଝଟକା: ସୁଧହାର ବଢାଇଲା ବ୍ୟାଙ୍କ, ଦେବାକୁ ପଡିବ ଅଧିକ EMI

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ(State Bank of India) ଗ୍ରାହକଙ୍କୁ ବଡ ଝଟକା । ମହଙ୍ଗା ହେଲା ଏସବିଆଇ ଲୋନ । ଦେଶର ବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଏସବିଆଇ ପୁଣିଥରେ ସୁଧହାର ବଢାଇଛି(SBI hikes lending rates) । ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଂ ରେଟ(MCLR)ରେ ୧୦ରୁ ୧୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । MCLR ବଢିବାରୁ ସବୁପ୍ରକାର ଲୋନ ଯଥା, ହୋମ୍ ଲୋନ, ଅଟୋ ଲୋନ, ବ୍ୟକ୍ତିଗତ ଲୋନ ମହଙ୍ଗା ହୋଇଯିବ । ଏହାର ଅର୍ଥ ଷ୍ଟେଟ ବ୍ୟାଙ୍କରୁ ଲୋନ ନେଲେ ଗ୍ରାହକଙ୍କୁ ଅଧିକ ସୁଧ ଗଣିବାକୁ ପଡିବ । SBIର ବର୍ଦ୍ଧିତ ସୁଧହାର ନଭେମ୍ବର ୧୫ରୁ କାର୍ଯ୍ୟକାରୀ ହୋଇଛି ।

SBI ୱେବସାଇଟ ଅନୁଯାୟୀ, ବ୍ୟାଙ୍କ ଏହାର ସମସ୍ତ ଅବଧିର MCLRରେ ବୃଦ୍ଧି ଘଟାଇଛି । ଗୋଟିଏ ମାସ ଓ ତିନି ମାସ ପାଇଁ ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଂ ରେଟରେ ୦.୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହାଫଳରେ ଏହି ରେଟ୍ ଏବେ ୭.୬୦ ପ୍ରତିଶତରୁ ୭.୭୫ ପ୍ରତିଶତରେ ପହଞ୍ଚିଛି । ୬ ମାସ ଓ ଗୋଟିଏ ବର୍ଷ MCLRରେ ୭.୯୦ ପ୍ରତିଶତରୁ ୮.୦୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହି କ୍ରମରେ ତିନି ବର୍ଷର ଏମସିଏଲଆର ୮.୨୫ ପ୍ରତିଶତରୁ ବଢି ୮.୩୫ ପ୍ରତିଶତ ହୋଇଯାଇଛି । ଏହାପୂର୍ବରୁ ଗତ ଅକ୍ଟୋବର ୧୫ ତାରିଖରେ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏମସିଏଲଆରରେ ୦.୨୫ ପ୍ରତିଶତ ବା ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା ।

ଏହାମଧ୍ୟ ପଢନ୍ତୁ: Amazon Lay Off: ଆମାଜନରୁ ଛଟେଇ ହେବେ ୧୦ ହଜାର କର୍ମଚାରୀ

କହିରଖୁଛୁ କି, ଏମସିଏଲଆ(marginal cost of lending rate)ର ହେଉଛି ସର୍ବନିମ୍ନ ସୁଧଦର, ଯେଉଁଥିରେ ବ୍ୟାଙ୍କ ଋଣ ଦେଇଥାଏ । ଭାରତରେ ନୋଟବନ୍ଦୀ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଏହି ପଦ୍ଧତି ଆରମ୍ଭ କରାଯାଇଥିଲା । MCLR ପ୍ରକ୍ରିୟାରେ ବାଣିଜ୍ୟିକ ବ୍ୟାଙ୍କ ଦ୍ବାରା ଋଣ ଉପରେ ସର୍ବନିମ୍ନ ସୁଧହାର ସ୍ଥିର କରାଯାଏ ।

ABOUT THE AUTHOR

...view details