ଓଡିଶା

odisha

ETV Bharat / business

ବେଲଗାମ୍ ଦରଦାମ, ଆଜି ରିଜର୍ଭ ବ୍ୟାଙ୍କ ବଢାଇପାରେ ସୁଧହାର - ରିଜର୍ଭ ବ୍ୟାଙ୍କ

ଆଜି ପୁଣିଥରେ ସୁଧହାର ବଢାଇବ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ହେବାର ସମ୍ଭାବନା । ଅଧିକ ପଢନ୍ତୁ

ବେଲଗାମ୍ ଦରଦାମ, ଆଜି ସୁଧହାର ବଢାଇବ ରିଜର୍ଭ ବ୍ୟାଙ୍କ
ବେଲଗାମ୍ ଦରଦାମ, ଆଜି ସୁଧହାର ବଢାଇବ ରିଜର୍ଭ ବ୍ୟାଙ୍କ

By

Published : Jun 8, 2022, 8:30 AM IST

ନୂଆଦିଲ୍ଲୀ: ଦେଶରେ ବେଲଗାମ୍ ହୋଇପଡିଛି ଦରଦାମ୍ । ଇନ୍ଧନ ଠାରୁ ପନିପରିବା ଯାଏଁ ସବୁକିଛି ଦାମ୍ ଆକାଶଛୁଆଁ ରହିଛି । ଦେଶରେ ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଲାଗି ଆଜି(ବୁଧବାର) ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ସୁଧହାର ବଢାଇବ । ଆଜି ଆରବିଆଇର ମୁଦ୍ରାନୀତି କମିଟି ବୈଠକର ଶେଷ ଦିନ ହୋଇଥିବା ବେଳେ ରେପୋ ରେଟ୍‌ ବୃଦ୍ଧି ନେଇ ଘୋଷଣା କରାଯିବ । ରେପୋ ରେଟରେ ପ୍ରାୟ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତମାସରେ ରିଜର୍ଭ ବ୍ୟାଙ୍କ ସୁଧହାରରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ଯାହାପରେ ରେପୋ ରେଟ୍ ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ପୁଣିଥରେ ସୁଧହାର ବଢିବା ଦ୍ବାରା ଋଣ ଇଏମଆଇ ଆହୁରି ମହଙ୍ଗା ହେବ । ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନରେ ପୁଣି ସୁଧହାର ବଢିବା ନେଇ ଘୋଷଣା କରିଥିଲେ ।

ଅନ୍ୟପଟେ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟରେ ପୁନର୍ବାର ଭାରତର ଆର୍ଥିକ ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି ବିଶ୍ବ ବ୍ୟାଙ୍କ । ପୂର୍ବରୁ ବିଶ୍ବ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରିଥିଲା । ଏବେ ପୁଣି ଅଭିବୃଦ୍ଧି ୭.୫ ପ୍ରତିଶତ ରହିବା ନେଇ ଆକଳନ କରିଛି । ବିଶ୍ବର ପ୍ରମୁଖ ରେଟିଂ ଏଜେନ୍ସିଂ ଗୁଡିକ ମଧ୍ୟ ଭାରତ ପାଇଁ ନିଜ ଅଭିବୃଦ୍ଧି ଆକଳନରେ ସଂଶୋଧନ କରିଛି । ମୁଦ୍ରାସ୍ଫୀତି ପ୍ରଭାବରେ ଭାରତର ଅଭିବୃଦ୍ଧି ୯.୧ ପ୍ରତିଶତ ନୁହେଁ ୮.୮ ପ୍ରତିଶତ ରହିବ ବୋଲି କହିଛି ମୁଡିସ୍ । ସେହିପରି ଫିଚ୍, ଆଇଏମଏଫ ମଧ୍ୟ ନିଜ ଆକଳନକୁ ହ୍ରାସ କରିଛନ୍ତି ।

ABOUT THE AUTHOR

...view details