ଓଡିଶା

odisha

ETV Bharat / business

ଚେକ୍ ପେମେଣ୍ଟକୁ ସୁରକ୍ଷା ଦିଏ ପଜିଟିଭ ପେ ସିଷ୍ଟମ

ଚେକ୍ ମାଧ୍ୟମରେ ହେଉଥିବା ଠକେଇ ରୋକିବ ପଜିଟିଭ ପେ ସିଷ୍ଟମ(PPS) । ୫ ଲକ୍ଷରୁ ଅଧିକ ମୂଲ୍ୟର ଚେକ୍ କାରବାର ପାଇଁ PPS ଅନୁସରଣ କରିବା ବାଧ୍ୟତାମୂଳକ କରିଛି ରିଜର୍ଭ ବ୍ୟାଙ୍କ । ଯଦି ଏହି ନିୟମ ନ ମାନନ୍ତି ତେବେ ବ୍ୟାଙ୍କରେ ଚେକ୍ ଖାରଜ ହୋଇଯିବ । ଅଧିକ ପଢନ୍ତୁ

By

Published : Sep 3, 2022, 2:36 PM IST

ଚେକ୍ ପେମେଣ୍ଟକୁ ସୁରକ୍ଷା ଦିଏ ପଜିଟିଭ ପେ ସିଷ୍ଟମ
ଚେକ୍ ପେମେଣ୍ଟକୁ ସୁରକ୍ଷା ଦିଏ ପଜିଟିଭ ପେ ସିଷ୍ଟମ

ହାଇଦ୍ରାବାଦ:ଦେଶରେ ଦିନକୁ ଦିନ ଡିଜିଟାଲ ପେମେଣ୍ଟ ଉପଯୋଗ ବଢି ଚାଲିଛି । ଲୋକମାନେ ବ୍ୟାଙ୍କ ନ ଯାଇ ଚୁଟ୍‌କିରେ ଟଙ୍କା ନେଣଦେଣ କରୁଛନ୍ତି । ସମ୍ପ୍ରତି ଡିଟିଜାଲ ପେମେଣ୍ଟ ବଢୁଥିଲେ ମଧ୍ୟ ଅଧିକ ଅର୍ଥରାଶି କାରବାର ପାଇଁ ଚେକ୍ ଭୂମିକା ମହତ୍ତ୍ବପୂର୍ଣ୍ଣ ରହିଛି । ଅବଶ୍ୟ ଚେକ୍ ପେମେଣ୍ଟ ରାଶି ସଂଶୋଧନରେ ଜଟିଳତା ଏବଂ ଜାଲି ଦସ୍ତଖତ ଭଳି କିଛି ସମସ୍ୟା ଏଥିରେ ରହିଛି । ଯାହାକି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ଆଜିକାଲି ଅନେକ ସମୟରେ ଚେକ୍ ପେମେଣ୍ଟରେ ଠକେଇ ଘଟଣା ସାମ୍ନାକୁ ଆସୁଛି ।

ଚେକ୍ ପେମେଣ୍ଟକୁ ସୁରକ୍ଷା ଦିଏ ପଜିଟିଭ ପେ ସିଷ୍ଟମ

ତେଣୁ ଏହିସବୁ ସମସ୍ୟାର ସମାଧାନ ସହ ପେମେଣ୍ଟ ସମୟରେ ଆପଣଙ୍କ ଅର୍ଥର ସୁରକ୍ଷା ପାଇଁ ପଜିଟିଭ ପେ ସିଷ୍ଟମ(PPS) ବ୍ୟବସ୍ଥା ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପଜିଟିଭ ପେ ସିଷ୍ଟମ ଆପଣଙ୍କ ଚେକ୍‌କୁ ସୁରକ୍ଷା ପ୍ରଦାନ କରିବ । ଏହି ସିଷ୍ଟମ ମାଧ୍ୟମରେ ୫ ଲକ୍ଷରୁ ଅଧିକ ଟଙ୍କାର ଚେକ୍ କାରବାର ପାଇଁ ଗ୍ରାହକଙ୍କ ଠାରୁ ଏ ସମ୍ପର୍କରେ ସୁନିଶ୍ଚିତ କରାଯିବ । ଏହାଦ୍ବାରା ଚେକ୍ ଜାରି ସମୟରେ ଏହାର ରାଶି ଏବଂ ଚେକ୍ ନେଉଥିବା ବ୍ୟକ୍ତିଙ୍କ ବିବରଣୀ ବ୍ୟାଙ୍କକୁ ସୂଚୀତ କରାନଯିବା ଯାଏଁ ଏହାକୁ ଗ୍ରହଣ କରାଯିବ ନାହିଁ ।

ବ୍ୟାଙ୍କିଙ୍ଗ ଠକେଇରେ ଅଙ୍କୁଶ ଲଗାଇବାକୁ ପଜିଟିଭ ପେ ସିଷ୍ଟମ(PPS) ବ୍ୟବସ୍ଥା ଆରମ୍ଭ ହୋଇଛି । ୫ ଲକ୍ଷରୁ ଅଧିକ ମୂଲ୍ୟର ଚେକ୍ କାରବାର ପାଇଁ PPS ଅନୁସରଣ କରିବା ବାଧ୍ୟତାମୂଳକ କରିଛି ରିଜର୍ଭ ବ୍ୟାଙ୍କ । National Payments Corporation of India ଏହି ବ୍ୟବସ୍ଥା ବିକଶିତ କରିଛି । PPS ସିଷ୍ଟମରେ ୫ ଲକ୍ଷରୁ ଅଧିକ ଦେୟ ପ୍ରଦାନ କରୁଥିବା ଚେକଗୁଡ଼ିକୁ ରି-କନଫର୍ମ କରିବାକୁ ପଡିବ । ଚେକ ଜାରି କରିଥିବା ବ୍ୟକ୍ତିଙ୍କୁ ଚେକର ତାରିଖ, ଲାଭାର୍ଥିଙ୍କ ନାମ, ପ୍ରାପ୍ତ ବ୍ୟକ୍ତି ଏବଂ କେତେ ଟଙ୍କା ଦେବେ ସେ ବିଷୟରେ ଦ୍ବିତୀୟ ଥର ସୂଚନା ଦେବାକୁ ପଡିବ । ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ଚେକର ସୂଚନା ଦିଆଯାଇପାରେ । ଚେକ୍ ଦେୟ ପୂର୍ବରୁ ଏହି ବିବରଣୀଗୁଡିକୁ ପୁନଶ୍ଚ ଯାଞ୍ଚ କରାଯିବ ।

ଚେକ୍ ପେମେଣ୍ଟକୁ ସୁରକ୍ଷା ଦିଏ ପଜିଟିଭ ପେ ସିଷ୍ଟମ

ଏହାମଧ୍ୟ ପଢନ୍ତୁ:ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ହେଲା ଭାରତ, ପଛରେ ପଡିଲା ବ୍ରିଟେନ

ଅଗଷ୍ଟ ୧ରୁ ଏହି ନୂଆ ନିୟମ କାର୍ଯ୍ୟାକାରୀ ହୋଇଛି । କୌଣସି ତ୍ରୁଟି ଦେଖାଦେଲେ ‘ଚେକ୍‌ ଟ୍ରାଞ୍ଜାକ୍ସନ ସିଷ୍ଟମ’ ଦ୍ବାରା ଏହାକୁ ମାର୍କ କରି ଡ୍ରାଇ ବ୍ୟାଙ୍କ(ଯେଉଁ ବ୍ୟାଙ୍କରେ ଚେକ ପେମେଣ୍ଟ୍‌ ହେବ) ଏବଂ ପ୍ରେଜେଣ୍ଟିଙ୍ଗ ବ୍ୟାଙ୍କକୁ (ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଚେକ୍‌ ଜାରୀ ହେଇଥିବ) ସୂଚନା ଦିଆଯିବ। ଏହାକୁ ନେଇ ଆରବିଆଇ କହିଛି ଯେ, ପେମେଣ୍ଟ କ୍ଷେତ୍ରରେ ସୁରକ୍ଷା ବଢାଇବାକୁ ଏବଂ ଚେକ୍ ମାଧ୍ୟମରେ ହେଉଥିବା ଠକେଇ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ଯେତେବେଳେ ଚେକ୍ ପେମେଣ୍ଟ ପାଇଁ ଆସେ, ବ୍ୟାଙ୍କ ଏହାକୁ ଭଲ ଭାବେ ଯାଞ୍ଚ କରିଥାଏ । ଯଦି ଏଥିରେ କୌଣସି ଅସଙ୍ଗତି ପରିଲକ୍ଷିତ ହୁଏ, ତେବେ ବ୍ୟାଙ୍କ ଗ୍ରହଣ କରିନଥାଏ । ଚେକ୍ ଥରେ ରେଜିଷ୍ଟର ହୋଇଗଲା ପରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ତେବେ ଆକାଉଣ୍ଟ ହୋଲ୍ଡର ଚାହିଁଲେ ଏହି ଚେକ୍ ପେମେଣ୍ଟ ରୋକି ପାରିବେ । ଚେକ୍ ଜରିଆରେ ପେମେଣ୍ଟ କରିବା ସମୟରେ ସର୍ବଦା ନିଜ ଆକାଉଣ୍ଟରେ ଆବଶ୍ୟକୀୟ ଅର୍ଥ ରହିଥିବା ଆବଶ୍ୟକ ।

ABOUT THE AUTHOR

...view details