ଓଡିଶା

odisha

ETV Bharat / business

LIC IPO News: ପ୍ରଥମ ଦିନରେ 67% ସବସ୍କ୍ରାଇବ୍ - ଭାରତୀୟ ଜୀବନ ବୀମା ନିଗମ

ଆସିଛି ଭାରତୀୟ ଜୀବନ ବୀମା ନିଗମର ବହୁ ପ୍ରତୀକ୍ଷିତ ଆଇପିଓ । ପ୍ରଥମ ଦିନରେ 67% ସବସ୍କ୍ରାଇବ ହୋଇଛି । ଅଧିକ ପଢନ୍ତୁ

LIC IPO News: ପ୍ରଥମ ଦିନରେ 67% ସବସ୍କ୍ରାଇବ୍
LIC IPO News: ପ୍ରଥମ ଦିନରେ 67% ସବସ୍କ୍ରାଇବ୍

By

Published : May 5, 2022, 7:13 AM IST

ନୂଆଦିଲ୍ଲୀ:ଶେଷରେ ଆସିଛି ବହୁ ପ୍ରତୀକ୍ଷିତ ଭାରତୀୟ ଜୀବନ ବୀମା ନିଗମ(LIC)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(IPO) । ଏହା ହେଉଛି ଭାରତର ସବୁଠୁ ବଡ ଆଇପିଓ । ମେ' 9 ପର୍ଯ୍ୟନ୍ତ ନିବେଶକଙ୍କ ପାଇଁ ଏହା ଖୋଲା ରହିବ । ଆଇପିଓର ଲଟ୍ ସାଇଜ 15 ରହିଛି । ଅର୍ଥାତ୍ ନିବେଶକ ଏକାଥରେ 15ଟି ସେୟାର ପାଇଁ ବିଡ୍ କରିପାରିବେ । ଆଇପିଓ ଆସିବାର ପ୍ରଥମ ଦିନରେ ସନ୍ଧ୍ୟା 7ଟା ସୁଦ୍ଧା 67 ପ୍ରତିଶତ ସବସ୍କ୍ରାଇବ ହୋଇଛି ବା ନିବେଶକ 10,86,91,770ଟି ଇକ୍ବିଟି ସେୟାର ପାଇଁ ବିଡ୍ କରିଛନ୍ତି । ପଲିସିଧାରକ ଏବଂ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ଥିବା ସେୟାର ସମ୍ପୂର୍ଣ୍ଣ ରୂପେ ସବସ୍କ୍ରାଇବ ହୋଇଛି ।

ସରକାର ଏଲଆଇସିର 3.5 % ଅଂଶଧନକୁ ବିକ୍ରି କରି 21 ହଜାର କୋଟି ଟଙ୍କା ସଂଗ୍ରହ କରିବେ । ଆଇପିଓରେ ପଲିସିଧାରୀ ସେୟାର ପିଛା 60 ଟଙ୍କା ରିହାତି ପାଇବେ । ରିଟେଲ ନିବେଶକ ଏବଂ ଏଲଆଇସି କର୍ମଚାରୀଙ୍କୁ ସେୟାର ପିଛା 45 ଟଙ୍କା ରିହାତି ମିଳିବ । ମେ ୧୭ରେ LIC ଷ୍ଟକ ବଜାରରେ ତାଲିକାଭୁକ୍ତ ହେବ । ଏହାର ଆଇପିଓର ପ୍ରାଇସ୍ ବ୍ୟାଣ୍ଡ୍ 902 ଟଙ୍କାରୁ 949 ଟଙ୍କା ରହିଛି । ବର୍ତ୍ତମାନ ଦେଶର ସବୁଠୁ ବଡ ଆଇପିଓ ଜାରି କରିଥିବା କମ୍ପାନୀ ମଧ୍ୟରେ Paytm ଆଗରେ ରହିଛି । ଏହି କମ୍ପାନୀ ୨୦୨୧ରେ 18,300 କୋଟିର ଆଇପିଓ ଆଣିଥିଲା ।

ମେ 2 ତାରିଖରୁ ଆଙ୍କର ନିବେଶକ(anchor investors)ଙ୍କ ପାଇଁ ଆଇପିଓ ଖୋଲିଛି । ଆଙ୍କର ନିବେଶକଙ୍କ ଲାଗି ସଂରକ୍ଷିତ ଥିବା ୫,୬୨୦ କୋଟି ଟଙ୍କା ମୂଲ୍ୟର ସମସ୍ତ ସେୟାର ସବ୍‌ସ୍କ୍ରିପସନ ହୋଇଯାଇଛି । ଏହି ନିବେଶକ ଏଲଆଇସି ଇସ୍ୟୁ ପ୍ରାଇସର ଅପର ଲିମିଟ ଅର୍ଥାତ୍ ସେୟାର ପିଛା ୯୪୯ ଟଙ୍କା ମୂଲ୍ୟରେ ୫,୯୨,୯୬,୮୫୩ ଇକ୍ବିଟି ସେୟାର କିଣିଛନ୍ତି ।

ABOUT THE AUTHOR

...view details