ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାର ଦିନକ ପରେ ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଋଣ ସୁଧହାର ବଢାଇଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ(ICICI Bank), ଏଚଡିଏଫସି ବ୍ୟାଙ୍କ(HDFC), ଆରବିଏଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ଋଣ ସୁଧ ମହଙ୍ଗା କରିଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ ଏହାର ଇବିଏଲଆର(EBLR)କୁ ୮.୬୦ ପ୍ରତିଶତକୁ ବୃଦ୍ଧି କରିଛି । ଏହା ଜୁନ ୮ରୁ ଲାଗୁ ହୋଇଛି ।
Repo Rate Hike Impact: ଋଣ ସୁଧହାର ବଢାଇଲେ ବ୍ୟାଙ୍କ
ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ବୃଦ୍ଧି କରିବା ପରେ ଋଣ ସୁଧହାର ବଢାଇଲେ ବିଭିନ୍ନ ବ୍ୟାଙ୍କ । ଅଧିକ ପଢନ୍ତୁ
ଏହି କ୍ରମରେ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ତା'ର ବରୋଦା ରେପୋ ଲିଙ୍କଡ ଲେଣ୍ଡିଂ ରେଟ୍(BRLLR)କୁ ୭.୪୦ ପ୍ରତିଶତକୁ ବଢାଇଛି । ଯାହାକି ଗୁରୁବାର ଠାରୁ ଲାଗୁ ହୋଇଛି । ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଏହାର ରେପୋ ଲିଙ୍କଡ ଲେଣ୍ଡିଂ ରେଟ (RLLR)କୁ ସଂଶୋଧନ କରି ୭.୭୫ ପ୍ରତିଶତ କରିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ସୁଧହାରରେ ସଂଶୋଧନ କରିଛି । ବ୍ୟାଙ୍କ ୱେବସାଇଟ ଅନୁଯାୟୀ, ଏହାର RBLR ଜୁନ ୮ରୁ ୭.୭୫ ପ୍ରତିଶତକୁ ବୃଦ୍ଧି ହୋଇଛି । ୩୬ ଦିନ ମଧ୍ୟରେ ଆରବିଆଇ ଦ୍ବିତୀୟ ଥର ସୁଧହାର ବଢାଇବା ପରେ ଦେଶର ବଡ ବଡ ବ୍ୟାଙ୍କ ଗୁଡିକ ମଧ୍ୟ ସୁଧହାରରେ ବୃଦ୍ଧି କରିଛନ୍ତି ।