ଓଡିଶା

odisha

ETV Bharat / business

ୱାରେନ ବଫେଟଙ୍କ ମନ୍ତ୍ର ଅନୁସରଣ କରନ୍ତୁ, ସେୟାର ମାର୍କେଟରେ ଲାଭ ପାଆନ୍ତୁ - Warren Buffet mantra

ଯଦି ଆପଣ ରିସ୍କ ନେବାକୁ ସକ୍ଷମ( risk-taker ) ଏବଂ ଖୁବ୍ କମ ସମୟରେ ଅଧିକ ଲାଭ ଆଶା କରୁଛନ୍ତି, ତେବେ ସେୟାର ମାର୍କେଟରେ ନିବେଶ କରନ୍ତୁ । ଏଥିର ନିବେଶ କରୁଥିବା ଅନେକ ଲୋକ ଏକ ସମୟରେ ବଡ ଲାଭ ପାଇଥାନ୍ତି ଏବଂ ବେଳେବେଳେ କ୍ଷତିରେ ମଧ୍ୟ ପଡିଥାନ୍ତି । ସେଥିପାଇଁ ନିବେଶ ସମୟରେ ସର୍ବଦା ୱାରେନ ବଫେଟଙ୍କ ମନ୍ତ୍ରୀ ଫଲୋ କରନ୍ତୁ । ଗୋଟିଏ ସ୍କିମରେ ଟଙ୍କା ନ ଲଗାଇ ମ୍ୟୁଚୁଆଲ ଫଣ୍ଡ, ଗୋଲ୍ଡ, ରିଏଲ ଇଷ୍ଟେର ଆଦି ବିଭିନ୍ନ ନିବେଶ ସ୍କିମରେ ଅଲଗା ଅଲଗା ନିବେଶ କରନ୍ତୁ । ଅଧିକ ପଢନ୍ତୁ

ୱାରେନ ବଫେଟ ମନ୍ତ୍ର ଫଲୋ କରନ୍ତୁ, ସେୟାର ମାର୍କେଟରେ ଲାଭ ପାଆନ୍ତୁ
ୱାରେନ ବଫେଟ ମନ୍ତ୍ର ଫଲୋ କରନ୍ତୁ, ସେୟାର ମାର୍କେଟରେ ଲାଭ ପାଆନ୍ତୁ

By

Published : May 1, 2022, 2:10 PM IST

ହାଇଦ୍ରାବାଦ:ସେୟାର ମାର୍କେଟ/ପୁଞ୍ଜି ବଜାରରେ ଅନେକ ସମୟରେ ଅସ୍ଥିରତା ଦେଖାଯାଏ । ଏହାସତ୍ତ୍ବେ ମଧ୍ୟ ଏହି ମାର୍କେଟ ନିବେଶର ସର୍ବୋକୃଷ୍ଟ ବିକଳ୍ପ ଅଟେ । ସେୟାର ମାର୍କେଟରେ ସବୁବେଳେ ଅସ୍ଥିରତା ଲାଗି ରହିନଥାଏ । ଏହା ନିବେଶକଙ୍କୁ ମୋଟା ଅଙ୍କର ମୁନାଫା ହାସଲ କରିବାର ସୁଯୋଗ ଦେଇଥାଏ । ପ୍ରଥମେ କୋରୋନା ମହାମାରୀ ପାଦୁର୍ଭାବ ଏବଂ ସମ୍ପ୍ରତି ୟୁକ୍ରେନ-ଋଷିଆ ଯୁଦ୍ଧ ବଜାରକୁ ଗୁରୁତର ପ୍ରଭାବିତ କରିଛି । ଫଳସୂରୁପ ସେୟାର ମୂଲ୍ୟରେ ହ୍ରାସବୃଦ୍ଧି ଲାଗି ରହିଛି । କିନ୍ତୁ ଏହାର ଅର୍ଥ ନୁହେଁ, ଏଭଳି ସ୍ଥିତିରେ ଆମେ ତରବରିଆ ଭାବେ ନିଜ ନିବେଶକୁ ଉଠାଇ ଆଣିବା । ଏନେଇ ଏକ୍ସପର୍ଟଙ୍କ ପରାମର୍ଶ ଦିଅନ୍ତି, ନିବେଶକ ନିଜର ଆଶାନୁରୂପ ଲାଭ ପାଇବା ଯାଏଁ ମାର୍କେଟରେ ରହିବା ଉଚିତ୍ ।

ବିଗତ ଦିନଗୁଡିକରେ ସେୟାର ମାର୍କେଟ ମାନ୍ଦାବସ୍ଥା, ମହାମାରୀ, ଯୁଦ୍ଧ, ରାଜନୈତିକ ସଙ୍କଟ ଭଳି ଅନେକ ଦୁର୍ଦ୍ଦିନ ଦେଖିଛି । ହେଲେ ତଥାପି ଏହା ନିଜ ପାଇଁ ବଳ ସାଉଁଟିବାରେ ଲାଗିଛି । ଯଦିଓ ଆମେ ସାମୟିକ ଭାବେ ନିବେଶରେ କ୍ଷତି ସହୁ, କିନ୍ତୁ ପରବର୍ତ୍ତୀ ସମୟରେ ମାର୍କେଟ ଦୀର୍ଘକାଳୀନ ନିବେଶରେ ପୁନର୍ବାର ଜୀବନବ୍ୟାପୀ ଲାଭ ହାସଲ କରିବାକୁ ସୁଯୋଗ ଦେଇଥାଏ । ତେଣୁ ଯୁଦ୍ଧ ଭୟ ଛାଡି ମାର୍କେଟରେ ନିଜ ନିବେଶ ଜାରି ରଖିବା ଉଚିତ୍ ହେବ ।

ଏହାସତ ଯେ ସେୟାର ମାର୍କେଟ ଅସ୍ଥିର ଅଟେ, କିନ୍ତୁ ନିବେଶ ବନ୍ଦ କରିବା ପାଇଁ ଏହା ଏକ ଯଥାର୍ଥ କାରଣ ନୁହେଁ । ଯଦି ଆର୍ଥିକ ଲକ୍ଷ୍ୟ ପୂରଣ ପାଇଁ ଅର୍ଥ ଖୁବ୍ ଆବଶ୍ୟକ ପଡେ, ତାହାହେଲେ ମାର୍କେଟରୁ ଟଙ୍କା ଉଠାନ୍ତୁ । ଏହାବ୍ୟତୀତ ଋଷିଆ ଏବଂ ୟୁକ୍ରେନର କମ୍ପାନୀଗୁଡିକରେ ଆପଣଙ୍କର ସେୟାର ଥିଲେ ତାହା ବାହାର କରିପାରିବେ । ଛୋଟ ଛୋଟ କାରଣରୁ ସେୟାର ବିକ୍ରି କରିବା ଠିକ୍ ନୁହେଁ । ସର୍ବଦା ମନେ ରଖନ୍ତୁ, ଆପଣଙ୍କ ଡିମାଟ୍ ଆକାଉଣ୍ଟ ଲାଲ୍ ରଙ୍ଗ ଦିଶୁଥିଲେ ଏହାର ଅର୍ଥ ନୁହେଁ ଯେ ଏହା ସବୁବେଳେ ଏପରି ରହିବ । ଏପରି ସ୍ଥିତିରେ ଭୟଭୀତ ହେଲେ, ଆପଣ ଦୀର୍ଘକାଳୀନ ଲାଭ ହରାଇବେ । ତେଣୁ ଯେ ପର୍ଯ୍ୟନ୍ତ ନିଜର ଲକ୍ଷ୍ୟ ହାସଲ ନ ହୋଇଛି ସେ ପର୍ଯ୍ୟନ୍ତ ମାର୍କେଟରେ ନିବେଶ ଜାରି ରଖନ୍ତୁ ।

ମାର୍କେଟର ଅସ୍ଥିରତା ଜନିତ କ୍ଷତିରୁ ବର୍ତ୍ତିବା ପାଇଁ ୱାରେନ ବଫେଟଙ୍କ(Warren Buffet) ମନ୍ତ୍ର ଅନୁସରଣ କରନ୍ତୁ । ବଫେଟ ପରାମର୍ଶ ଦେଇଥିଲେ କି, ସବୁ ଅଣ୍ଡାକୁ ଗୋଟିଏ ବାସ୍କେଟରେ ରଖନ୍ତୁ ନାହିଁ । ଏହାର ଅର୍ଥ ଆପଣ କେବେହେଲେ ଗୋଟିଏ ସ୍କିମରେ ନିବେଶ କରନ୍ତୁ ନାହିଁ । ସବୁବେଳେ ଭିନ୍ନ ଭିନ୍ନ ନିବେଶ ସ୍କିମରେ ନିବେଶ କରନ୍ତୁ । ପ୍ରୋଭିଡେଣ୍ଟ ଫଣ୍ଡ, ରିଏଲ ଇଷ୍ଟେଟ, ଗୋଲ୍ଡ, ବଣ୍ଡ, ବ୍ୟାଙ୍କ ଡିପୋଜିଟ, ଷ୍ଟକ ଏବଂ ମ୍ୟୁଚୁଆଲ ଫଣ୍ଡ ଆଦି ନାନା ପ୍ରକାର ସ୍କିମରେ ଅଲଗା ଅଲଗା ନିବେଶ କରନ୍ତୁ । ଯାହାଫଳରେ ଯଦି ଗୋଟିଏ ନିବେଶରେ କ୍ଷତି ହୁଏ, ତେବେ ଅନ୍ୟଟିରେ ଲାଭ ମିଳିପାରିବ । ଆମେ ଆର୍ଥିକ ରୂପେ ସେତେବେଳେ ସୁଦୃଢ ହୋଇପାରିବା ଯେତେବେଳେ ଆମର ଲକ୍ଷ୍ୟ ଆଧାରରେ ନିବେଶର ଠିକ୍ ମିଶ୍ରଣ ହେବ ।

ଆପଣଙ୍କ ଆର୍ଥିକ ଲକ୍ଷ୍ୟ ବଜାର ଅନିଶ୍ଚିତତା କାଳରେ ଆପଣଙ୍କୁ ମାର୍ଗଦର୍ଶନ କରିବ ଏବଂ ନିବେଶ ଜାରି ରଖିବେ କି ନାହିଁ ତାହା ସ୍ଥିର କରିବ । ଉଦାହରଣସୂରୁପ, ଯଦି ଆପଣ Systematic Investment Plan ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ୫ ବର୍ଷ ପାଇଁ ନିବେଶ କରୁଛନ୍ତି ଏବଂ ତିନି ବର୍ଷ ପରେ ଯୁଦ୍ଧ ଭଳି ଅପ୍ରତ୍ୟାଶିତ ଘଟଣା ଘଟୁଛି । ତାହାହେଲେ ଆପଣଙ୍କ ନିକଟରେ ଆହୁରି ଦୁଇ ବର୍ଷ ରହିଛି, ଯେଉଁଥିରେ ଆପଣ ଲାଭ ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ । କିନ୍ତୁ ଯଦି ଯୁଦ୍ଧ ଯୋଗୁଁ ଭୟଭୀତ ହୋଇ ଆମେ ନିବେଶ ରାଶି ଉଠାଇ ଆଣୁଛେ, ତେବେ ମ୍ୟାଚୁରିଟି ପରେ ମିଳିବାକୁ ଥିବା ଅଧିକ ରିଟର୍ଣ୍ଣ ଆମେ ହରାଇଥାଉ । ଆମେ ସମସ୍ତେ ଜାଣିଛେ, ବିଶ୍ବ ସଙ୍କଟ ସମୟରେ ସେୟାର ବଜାର କ୍ଷତି ସହିଥାଏ । ତେଣୁ ନିବେଶକ ଏହାକୁ ଏକ ପ୍ରାକୃତିକ ତଥା ସ୍ବାଭାବିକ ପ୍ରକ୍ରିୟା ଭାବେ ଦେଖିବା ଉଚିତ୍ ଏବଂ ନିଜ ନିବେଶ ତାଲିକାରେ ପରିବର୍ତ୍ତନ କରିବା ଅନୁଚିତ୍ । ସବୁବେଳେ ଧ୍ୟାନ ରଖିବେ, ଗୋଟିଏ ଛୋଟିଆ ଭୁଲ୍, ଆପଣଙ୍କୁ ଖୁବ୍ ମହଙ୍ଗା ପଡିପାରେ ।

ABOUT THE AUTHOR

...view details