ନୂଆଦିଲ୍ଲୀ: ଭାରତରେ ଘରୋଇ ଉପଭୋଗ ଏବଂ ବିନିଯୋଗର ଚାହିଦାରେ ଅଭିବୃଦ୍ଧି ଜାରି ରହିବା ନେଇ ଆଶା କରାଯାଉଛି । କିନ୍ତୁ ବିଶ୍ବ ଅନିଶ୍ଚିତତା ଓ ଘରୋଇ ବ୍ୟାଘାତ ଆସନ୍ତା ମାସରେ ମୁଦ୍ରାସ୍ଫୀତି ଚାପକୁ ଆହୁରି ବୃଦ୍ଧି କରିପାରେ । ତେବେ ଏଥିପାଇଁ କେନ୍ଦ୍ର ଓ ଆରବିଆଇକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଏନେଇ ମଙ୍ଗଳବାର ଅର୍ଥନୀତି ବ୍ୟାପାର ବିଭାଗ ଦ୍ବାରା ମାସିକ ଆର୍ଥିକ ସମୀକ୍ଷା ରିପୋର୍ଟରେ ଏହା ପ୍ରକାଶ ପାଇଛି ।
ଏହା ମଧ୍ୟ ପଢ଼ନ୍ତୁ....ମୁଦ୍ରାସ୍ଫୀତି ମୁକାବିଲାରେ ଫେଲ୍: କେନ୍ଦ୍ରକୁ ରିପୋର୍ଟ ଦେବ ରିଜର୍ଭ ବ୍ୟାଙ୍କ
ଏହି ରିପୋର୍ଟରେ କୁହାଯାଇଛି ଯେ, ସରକାର ଦେଶରେ ଖାଦ୍ୟ ସାମଗ୍ରୀ ଉପରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ସତର୍କମୂଳକ ପଦକ୍ଷପ ଗ୍ରହଣ କରିଛନ୍ତି । ଯାହାଦ୍ବାରା ଫ୍ରେସ୍ ଷ୍ଟକ ଆସିବା ସହିତ ବଜାର ମୂଲ୍ୟର ଚାପ ଶୀଘ୍ର କମ୍ ହେବାର ସମ୍ଭାବନା ରହିଛି । ଏହାସହ ବିଶ୍ବ ସ୍ତରରେ ଉଦ୍ୟୋଗୀ ନୀତିର ସକ୍ରିୟ ଅନୁସରଣର ସ୍ଥିତି ସମ୍ଭାବନାକୁ ଆହୁରି ମଜବୁତ କରିବା ପାଇଁ ବାହ୍ୟ ସେକ୍ଟରରେ ତଦାରଖ କରିବାର ଆବଶ୍ୟକ ରହିଛି । ତେବେ ଏହି ସମୟରେ ସରକାର ପିଆଜ ଉପରେ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଏହାସହ କିଛି ଡାଲି ଜାତୀୟ ଦ୍ରବ୍ୟ ଉପରେ ମଧ୍ୟ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ....ଗହମ ଦର ବଢିଲେ, ସୁଧହାର ବଢିବ, ଜାଣନ୍ତୁ କେମିତି