ଓଡିଶା

odisha

ETV Bharat / business

EPFO High Pension: ଆଜି ଆବେଦନର ଶେଷ ଦିନ, ଏମିତି କରିବେ Apply - କର୍ମଚାରୀ ଭବିଷ୍ୟ ନିଧି ସଂଗଠନ

ଆପଣ EPFOରେ ଅଧିକ ପେନସନର ସୁବିଧା ପାଇବାକୁ ଚାହୁଁଛନ୍ତି କି ? ଏଥିଲାଗି ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ । ଆଜି ଆବେଦନର ଶେଷ ତାରିଖ । ମାତ୍ର ୫ ମିନିଟରେ ଏମିତି କରନ୍ତୁ ଆବେଦନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 26, 2023, 10:28 PM IST

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ରେ ଅଧିକ ପେନସନର ସୁବିଧା ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ତାରିଖ । ଯଦି ଆପଣ ଆଜି ଅଧିକ ପେନସନ ପାଇଁ ଆବେଦନ କରନ୍ତି ନାହିଁ, ତେବେ ଅଧିକ ପେନସନ ପାଇବା ସମ୍ଭାବନା ଆପଣଙ୍କ ହାତରୁ ଚାଲିଯାଇପାରେ । ସରକାର ଅଧିକ ପେନସନ ପାଇଁ ଆବେଦନ କରିବାର ସମୟସୀମା ୨ଥର ବୃଦ୍ଧି କରିଛନ୍ତି । ପୂର୍ବରୁ ପ୍ରଥମେ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା, ଦ୍ବିତୀୟ ଥର ପାଇଁ ଏହା ଜୁନ ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ୩ୟ ଥର ପାଇଁ ଏହାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି।

କିଏ କରିପାରିବେ ଆବେଦନ ?:- ଯେଉଁ କର୍ମଚାରୀ ସେପ୍ଟେମ୍ବର ୧, ୨୦୧୪ ପୂର୍ବରୁ EPFO​​ର ସଦସ୍ୟ ଅଟନ୍ତି କିମ୍ବା ୨୦୧୪ ପରେ ମଧ୍ୟ କାର୍ଯ୍ୟ କରୁଛନ୍ତି, ସେମାନେ EPSର ଉଚ୍ଚ ପେନସନ ସ୍କିମ ପାଇବାକୁ ଯୋଗ୍ୟ ଅଟନ୍ତି । ନଭେମ୍ବର ୪ରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ତଥାପି କର୍ମଚାରୀଙ୍କ ମାନେ ଏଥିପ୍ରତି ଧ୍ୟାନ ଦେବା କଥା ହେଉଛି ଅଧିକ ପେନସନ ପାଉଥିବା ବ୍ୟକ୍ତି ମିଳିତ ବିକଳ୍ପ ଚୟନ କରିପାରିବେ ନାହିଁ ।

ଉଚ୍ଚ ପେନସନ କାହା ପାଇଁ ଲାଭଦାୟକ ?:- ଯେଉଁ କର୍ମଚାରୀମାନେ ଅବସର ପରେ ନିୟମିତ ରୋଜଗାରର ବିକଳ୍ପ ରଖିନାହାନ୍ତି କିମ୍ବା କୌଣସି ଯୋଜନାରେ ଅର୍ଥ ଜମା କରିନାହାଁନ୍ତି, ଏହି ଯୋଜନା ସେମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଏଥିରେ କମ ବିପଦ ସହିତ ଏକ ଫିକ୍ସ ରିଟର୍ଣ୍ଣ ମିଳିଥାଏ । ତଥାପି ଏହା ଅଧୀନରେ ପ୍ରତି ମାସରେ ପ୍ରାପ୍ତ ମାସିକ ପେନସନ ଲାଗି ଟ୍ୟାକ୍ସ ଦେବାକୁ ପଡ଼ିଥାଏ । କିନ୍ତୁ ଅବସର ପରେ ମିଳିଥିବା ରାଶି ପାଇଁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ ।

ପେନସନର କାଲକୁଲେସନ:-ଯଦି ଆବେଦନକାରୀଙ୍କ ପେନସନ ସେପ୍ଟେମ୍ବର ୧, ୨୦୧୪ ପୂର୍ବରୁ ଆରମ୍ଭ ହୋଇଛି, ତେବେ ଅବସର ତାରିଖର ୧୨ ମାସ ପୂର୍ବରୁ ପ୍ରାପ୍ତ ହାରାହାରି ମାସିକ ବେତନ ଆଧାରରେ ଅଧିକ ପେନସନର ହିସାବ କରାଯିବ । ଅନ୍ୟପଟେ ଯଦି ଆବେଦନକାରୀ ଅଗଷ୍ଟ ୩୧, ୨୦୧୪ କିମ୍ବା ତା' ପୂର୍ବରୁ ଅବସର ନେଇଛନ୍ତି, ତେବେ ଅଧିକ ପେନସନ ପାଇଁ କାର୍ଯ୍ୟ ଶେଷ ବର୍ଷର ହାରାହାରି ବେତନକୁ ନେଇ ହିସାବ କରାଯିବ।

ଏମିତି କରିବେ ଆବେଦନ:-ଯଦି ଆପଣ ଅଧିକ ପେନସନ ପାଇବାକୁ ଚାହୁଁଛନ୍ତି, ତେବେ ଯେଉଁଠି କାମ କରୁଛନ୍ତି ସେଠାକାର HRଙ୍କ ସହିତ ଯୋଗାଯୋଗ କରନ୍ତୁ । ନଚେତ ମାତ୍ର ୫ ମିନିଟରେ ଆପଣ ଆବେଦନ ମଧ୍ୟ କରିପାରିବେ । ଏଥିଲାଗି ଆପଣଙ୍କୁ EPFOର ଅଫିସିଆଲ ୱେବସାଇଟ (https://unifiedportal-mem.epfindia.gov.in/memberInterfacePohw/)କୁ ଯିବାକୁ ପଡ଼ିବ । ଏଠାରେ ୨ଟି ଅପସନ ମିଳିବ । ଯଦି ଆପଣ ୨୦୧୪ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ଅବସର ନେଇଛନ୍ତି, ତେବେ ପ୍ରଥମ ଅପସନକୁ ଚୟନ କରନ୍ତୁ । ଯଦି ଆପଣ ଏବେ ବି କାମ କରୁଛନ୍ତି ତେବେ ଦ୍ବିତୀୟ ଅପସନକୁ ଚୟନ କରନ୍ତୁ । ଏହାପରେ ଆବେଦନ ପତ୍ର ଖୋଲିଯିବ । ଏଥିରେ UAN ଓ ଆଧାର କାର୍ଡ ସମ୍ବନ୍ଧୀୟ ତଥ୍ୟ ଭରନ୍ତୁ । ଫର୍ମ ସବମିଟ ବା ଦାଖଲ କରନ୍ତୁ । ଏହାପରେ କନଫର୍ମେସନରେ କ୍ଲିକ କରନ୍ତୁ ।

ABOUT THE AUTHOR

...view details