ହାଇଦ୍ରବାଦ: ବୃଦ୍ଧାବସ୍ଥାରେ ବୀମା ପଲିସି ନିଆଯାଇପାରେ କି ? ବୀମା ପାଇଁ ପ୍ରାପ୍ତବୟସ୍କ ବ୍ୟକ୍ତି ଯୋଗ୍ୟ ନା ନୁହେଁ ? ଆଜିକାଲି ବରିଷ୍ଠ ନାଗରିକଙ୍କ ମଧ୍ୟରେ ଏହା ସବୁଠୁ ବଡ ପ୍ରଶ୍ନ ହୋଇଛି । ତେବେ ଏହି ପ୍ରଶ୍ନର ଉତ୍ତର ସେମାନେ କେଉଁ ପ୍ରକାର କଭର ନେବାକୁ ଚାହୁଁଛନ୍ତି ତାହା ଉପରେ ନିର୍ଭର କରେ । ସବୁବେଳେ ପଲିସି ନେବା ପୂର୍ବରୁ ସର୍ବପ୍ରଥମେ ଆମକୁ ନିଜର ଆବଶ୍ୟକତା ଆକଳନ କରିବା ଉଚିତ୍ । ବରିଷ୍ଠ ନାଗରିକଙ୍କ ଲାଗି ବାର୍ଷିକ ପଲିସି ଯଥେଷ୍ଟ ହୋଇପାରେ । ଟର୍ମ ପଲିସି ସୀମିତ ସୁରକ୍ଷା ପ୍ରଦାନ କରିଥାଏ । ଯଦି ଆପଣଙ୍କର କୌଣସି ସ୍ବାସ୍ଥଗତ ସମସ୍ୟା ନାହିଁ, ତେବେ ଅଧିକ ପ୍ରିମିୟମ ଯୁକ୍ତ ପଲିସି ନିଆଯାଇପାରେ । ଯଦି ଆପଣ ପୂର୍ବରୁ କୌଣସି ରୋଗରେ ପୀଡିତ, ତେବେ ପ୍ରିୟିୟମ କ୍ଷେତ୍ରରେ କିଛି ସୀମା ରହିବା ଆବଶ୍ୟକ ।
କେବଳ କୌଣସି ବିଶେଷ ପରିସ୍ଥିତିରେ ବୀମା କମ୍ପାନୀ ପଲିସି ପ୍ରତ୍ୟାଖାନ କରିଥାଏ । ତେଣୁ ବୟସ ନିର୍ବିଶେଷରେ ବୀମା ପଲିସି ନେବା ଆବଶ୍ୟକ । ସେହିପରି ଲାଇଫ୍ ପ୍ଲାନ ଚୟନ ସମୟରେ ସର୍ବଦା ସତର୍କତା ଅବଲମ୍ବନ କରିବା ଜରୁରୀ । କିଛି ବୀମା ପଲିସି କେବଳ ସୁରକ୍ଷା ଗ୍ୟାରେଣ୍ଟି ଦେଇଥାଏ । ଅନ୍ୟ କିଛି ପଲିସିରେ ଦୀର୍ଘମିଆଦି ନିବେଶ ସୁବିଧା ମିଳିଥାଏ । ଅନୁରୂପ ଭାବେ କିଛି ପଲିସି ଷ୍ଟକ ମାର୍କେଟ ଉପରେ ଆଧାରିତ ଅଟେ । ତେବେ କେବେ ମଧ୍ୟ ବୀମା ପଲିସିକୁ ନିବେଶ ପ୍ରୋଗ୍ରାମ ସହ ତୁଳନା କରାଯାଇ ପାରିବ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ପଲିସିକୁ ଭିନ୍ନ ବର୍ଗର ପଲିସି ସହ ତୁଳନା କରାଯାଇ ନପାରେ ।
ସାଧାରଣତଃ, ଜୀବନ ବୀମା ପଲିସିଗୁଡିକ (life insurance policies) ଦୀର୍ଘମିଆଦି ଯୋଜନା ବିଶିଷ୍ଟ ଅଟନ୍ତି । ଏହା ପଲିସିଧାରକଙ୍କୁ ପ୍ରିୟମିୟ ଉପରେ ଟ୍ୟାକ୍ସ ଛାଡ ସୁବିଧା ଦେଇଥାଏ । ଏହାସହିତ ପଲିସିଧାରକଙ୍କ ସହ କୌଣସି ଅପ୍ରତ୍ୟାଶିତ ଦୁର୍ଘଟଣା ଘଟିଲେ ଜୀବନ ବୀମା ଅନ୍ତର୍ଗତ କ୍ଷତିପୂରଣ ରାଶି ମିଳିଥାଏ । କିନ୍ତୁ ନିବେଶ ଆଧାରିକ ପ୍ଲାନ (investment-based plan)ରେ ଏହି ସୁବିଧା ମିଳିନଥାଏ ।