ଓଡିଶା

odisha

ETV Bharat / business

ମେ ରେ ଲକ୍ଷେ 289 କୋଟି ରହିଛି ଜିଏସଟି କଲେକ୍ସନ

2019 ମେ ମାସରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଆଦାୟ 1ଲକ୍ଷ 289 କୋଟି ରହିଛି । ଯାହାକି ଏପ୍ରିଲ ତୁଳନାରେ କମ ।

By

Published : Jun 1, 2019, 9:09 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏପ୍ରିଲ ତୁଳନାରେ ମେରେ କମିଛି ଦ୍ରବ୍ୟ ଓ ସେବା କର(ଜିଏସଟି) ଆଦାୟ । 2019 ମେ ରେ ମୋଟ ଜିଏସଟି 1ଲକ୍ଷ 289 କୋଟି ରହିଛି । ଏଥିମଧ୍ୟରେ ସିଜିଏଟି 17 ହଜାର 811 କୋଟି, ସଜିଏସଟି 24462 କୋଟି ଓ ଆଇଜିଏସଟି 49 ହଜାର 891 କୋଟି ଟଙ୍କା ରହିଛି । ଏହା ବ୍ୟତିତ ସେସ 8125 କୋଟି ମିଳିଛି । ଯେଉଁଥିରୁ 953 କୋଟି ଆମଦାନୀ ଉପରେ ଆଦାୟ ହୋଇଛି।


ମୋଦିଙ୍କ ଶପଥ ଗ୍ରହଣ 2 ଦିନ ଭିତରେ ପ୍ରକାଶ ପାଇଲାଣି ଅର୍ଥନୀତିର ଲମ୍ଭା ଚଉଡା ରିପୋର୍ଟ କାର୍ଡ । ଜିଡିପି ଠାରୁ ଆରମ୍ଭ କରି ଜିଏଟି । ସବୁର ଫଳାଫଳ ସରକାରଙ୍କ ଆର୍ଥନୈତିକ ରଣନୀତିକୁ ହୁଲସ୍ତୁଲ କରିରଖିଛି । ଚଳିତ ବର୍ଷ ଏପ୍ରିଲରେ ଜିଏସଟି ସଂଗ୍ରହ 1, 06, 577 କୋଟି ଟଙ୍କା ରହିଥିଲା । ଯାହାକି ଜିଏସଟି ଆଦାୟରେ ସର୍ବାଧିକ ରେକର୍ଡ କରିଥିଲା। ଏଥିରେ 21,163 କୋଟି ଟଙ୍କାର ସିଜିଏସଟି, 28,801କୋଟି ଟଙ୍କାର ଏସଜିଏସଟି, 54,733 କୋଟି ଟଙ୍କାର ଆଇଜିଏସଟି ବାବଦକୁ ସାମିଲ ଥିଲା । ମାର୍ଚ୍ଚରୁ ଏପ୍ରିଲ 30 ମଧ୍ୟରେ ଫାଇଲ ହୋଇଥିବା ମୋଟ ଜିଏସଟିଆର 3ବି ରିଟର୍ଣ୍ଣ ସଂଖ୍ୟା 71.13 ଲକ୍ଷ ରହିଥିଲା ।

ଫଟୋ ସୌଜନ୍ୟ- ଏଏନଆଇ

ତେବେ ଆର୍ଥିକ ବର୍ଷ 2019-20ରେ ସିଜିଏସଟିରୁ 6.10 ଲକ୍ଷ କୋଟି ଟଙ୍କା ଓ କ୍ଷତିପୂରଣ ଉପକରରୁ 1.01 ଲକ୍ଷ କୋଟି ଟଙ୍କା ଏକଜୁଟ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି । ଆଇଜିଏସଟିରୁ ସେସ 50 ହଜାର କୋଟି ଟଙ୍କା ମିଳିବା ନେଇ ଅନୁମାନ ରହିଛି ।

ABOUT THE AUTHOR

...view details