ଓଡିଶା

odisha

ETV Bharat / business

କାରବାର ଆରମ୍ଭରୁ ଖସିଲା ସେନସେକ୍ସ, ଦୁର୍ବଳ ଟଙ୍କା

ସୋମବାର ଭାରତୀୟ ସେୟାର ବଜାର ଖୋଲିବା ପରଠୁ ଖସୁଛି ସେନସେକ୍ସ । ହେଲେ ନିଫ୍ଟି ସାମାନ୍ୟ ଉପରମୁହାଁ ରହିଛି । ସେପଟେ ମୁଦ୍ରା ବଜାର କାରବାରୀ ବି ବଜେଟରେ ନିରାଶ ଥିବାବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 34 ପଇସା ହ୍ରାସ ପାଇଛି ।

stock market on first monday after budget 2020
କାରବାର ଆରମ୍ଭରୁ ଖସିଲା ସେନସେକ୍ସ, ଦୁର୍ବଳ ଟଙ୍କା

By

Published : Feb 3, 2020, 2:16 PM IST

ମୁମ୍ବାଇ: ସୋମବାର ଭାରତୀୟ ସେୟାର ବଜାର ଖୋଲିବା ପରଠୁ ଖସୁଛି ସେନସେକ୍ସ । ହେଲେ ନିଫ୍ଟି ସାମାନ୍ୟ ଉପରମୁହାଁ ରହିଛି । ସେପଟେ ମୁଦ୍ରା ବଜାର କାରବାରୀ ବି ବଜେଟରେ ନିରାଶ ଥିବାବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 34 ପଇସା ହ୍ରାସ ପାଇଛି । ଫଳରେ 1 ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 71 ଟଙ୍କା 66 ପଇସାରେ ପହଞ୍ଚିଛି ।


ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 125.45 ପଏଣ୍ଟ ଖସି 39,610.08 ରହିଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 21.30 ପଏଣ୍ଟ ହ୍ରାସ ପାଇ 11,640.55ରେ କାରବାର କରୁଛି ।


ବଜେଟ ଉପସ୍ଥାପନ ପରେ ସେୟାର ସୂଚକାଙ୍କ ଖସିଚାଲିଛି । ତା ଉପରେ ପୁଣି କୋରୋନା ଭାଇରସ ଡର ଓ ରାଜକୋଷୀୟ ଘାଟା ବୃଦ୍ଧି ଚିନ୍ତା, କାରବାରକୁ ଦୁର୍ବଳ କରିଦେଇଛି । ନିବେଶକ ପ୍ରାୟ 4 ଲକ୍ଷ କୋଟି ଟଙ୍କା ହରେଇଛନ୍ତି ।

ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ଚଳିତ ଆର୍ଥିକ ବର୍ଷରେ ରାଜକୋଷୀୟ ଘାଟା ଲକ୍ଷଠାରୁ ଅଧିକ ରହିବା ଅନୁମାନ କରାଯାଇଛି । ଯେତେବେଳେ କି 2019-20 ଆର୍ଥିକ ବର୍ଷରେ ଏହି ଲକ୍ଷ୍ୟ 3.3 ପ୍ରତିଶତ ରହିଥିଲା ।

ପ୍ରକାଶ ଯେ, ଡଲାର ତୁଳନାରେ ଟଙ୍କା 71.32 ପଇସାରେ ବନ୍ଦ ହୋଇଥିଲା । ସେହିପରି ସେନସେକ୍ସ 40 ହଜାର ତଳକୁ ଖସିଥିବା ଦେଖାଦେଇଥିଲା ।

ABOUT THE AUTHOR

...view details