ଓଡିଶା

odisha

ETV Bharat / business

3 ଦିନର ବୃଦ୍ଧିରେ ଲାଗିଲା ବ୍ରେକ, ସେନସେକ୍ସ 487 ପଏଣ୍ଟ ହ୍ରାସ

ଶୁକ୍ରବାର ପୁଞ୍ଜିବଜାର ସେୟାର ସୂଚକାଙ୍କ ତଳମୁହାଁ ରହିଛି। ଫାଇନାନ୍ସ ଓ ଅଟୋ କମ୍ପାନୀ ସେୟାରର ହ୍ରାସ ଯୋଗୁଁ ସେନସେକ୍ସ 487 ପଏଣ୍ଟ ହ୍ରାସ ହୋଇଛି । ଅଧିକ ପଢନ୍ତୁ..

3 ଦିନର ବୃଦ୍ଧିରେ ଲାଗିଲା ବ୍ରେକ, ସେନସେକ୍ସ 487 ପଏଣ୍ଟ ହ୍ରାସ
3 ଦିନର ବୃଦ୍ଧିରେ ଲାଗିଲା ବ୍ରେକ, ସେନସେକ୍ସ 487 ପଏଣ୍ଟ ହ୍ରାସ

By

Published : Mar 12, 2021, 7:33 PM IST

ମୁମ୍ବାଇ: କାରବାର ସପ୍ତାହର ଶେଷ ଦିନରେ ବଜାର ରେଲ ଆଲର୍ଟରେ ବନ୍ଦ । 3 ଦିନ ଧରି ଜାରି ରହିଥିବା ବୃଦ୍ଧିରେ ଲାଗିଛି ବ୍ରେକ । ଶୁକ୍ରବାର ପୁଞ୍ଜିବଜାର ସେୟାର ସୂଚକାଙ୍କ ତଳମୁହାଁ ରହିଛି। ଫାଇନାନ୍ସ ଓ ଅଟୋ କମ୍ପାନୀ ସେୟାରର ହ୍ରାସ ଯୋଗୁଁ ସେନସେକ୍ସ 487 ପଏଣ୍ଟ ହ୍ରାସ ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ କାରବାର ସମୟରେ ମୋଟ ଭାବେ 1,283 ପଏଣ୍ଟ ବଢିଥିଲା । ଶେଷରେ 487.43 ପଏଣ୍ଟ କ୍ଷତିରେ 50,792.08 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 143.85 ପଏଣ୍ଟ କମି 15,030.95 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ କମ୍ପାନୀରେ ବଜାଜ ଅଟୋ ସେୟାର ସର୍ବାଧିକ 3 ପ୍ରତିଶତ ଖସିଛି । ମାରୁତି, ଆଇସିଆଇସିଆଇ ବ୍ୟାଙ୍କ, ସନଫାର୍ମା ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ମଧ୍ୟ କ୍ଷତିରେ ଅଛି । ସେପଟେ ପାୱାରଗ୍ରୀଡ , ଓଏନଜିସି , ଟାଇଟନ ଓ ଇମ୍ଫୋସିସ ସେୟାର ଲାଭ ରେକର୍ଡ କରିଛି । ରିଲାଏନ୍ସ ସିକ୍ୟୁରିଟିଜର ପ୍ରମୁଖ ବିନୋଦ ମୋଦି କହିଛନ୍ତି କି ସକରାତ୍ମକ ବୈଶ୍ବିକ ସଙ୍କେତ ଦ୍ବାରା ବଜାର ବୃଦ୍ଧିର ସହ ଖୋଲିଛି । ହେଲେ ଆର୍ଥିତ ଓ ଗାଡି କମ୍ପାନୀ ସେୟାରରେ ଚାପ ଯୋଗୁଁ ଶେଷରେ ଘରୋଇ ବଜାର ବଡ ହ୍ରାସ ସବ ବନ୍ଦ ହୋଇଛି ।

ଏଥିମଧ୍ୟରେ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ 0.09 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି 69.57 ଡଲାର ରହିଛି ।

ABOUT THE AUTHOR

...view details