ଓଡିଶା

odisha

ଆରମ୍ଭରୁ ଉଛୁଳିଲା ସେୟାର ବଜାର; ସେନସେକ୍ସ 570 ପଏଣ୍ଟ, ନିଫ୍ଟି 9974

By

Published : Jun 16, 2020, 11:42 AM IST

ସବୁଜ ସଙ୍କେତରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ଆରମ୍ଭ। ବିଶ୍ୱସ୍ତରୀୟ ଷ୍ଟକ୍ ରାଲି ମଧ୍ୟରେ ମଙ୍ଗଳବାର ବଜାର ଖୋଲିଛି। ଯାହାଫଳରେ ବିଏସଇ ସେନସେକ୍ସ 561 ପଏଣ୍ଟ ବୃଦ୍ଧି ପାଇଛି।

ଆରମ୍ଭରୁ ଉଛୁଳିଲା ସେୟାର ବଜାର, ସେନସେକ୍ସ 570 ପଏଣ୍ଟ, ନିଫ୍ଟି 9,974
ଆରମ୍ଭରୁ ଉଛୁଳିଲା ସେୟାର ବଜାର, ସେନସେକ୍ସ 570 ପଏଣ୍ଟ, ନିଫ୍ଟି 9,974

ନୂଆଦିଲ୍ଲୀ: ସବୁଜ ସଙ୍କେତରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ଆରମ୍ଭ। ବିଶ୍ୱସ୍ତରୀୟ ଷ୍ଟକ୍ ରାଲି ମଧ୍ୟରେ ମଙ୍ଗଳବାର ବଜାର ଖୋଲିଛି। ଯାହାଫଳରେ ବିଏସଇ ସେନସେକ୍ସ 561 ପଏଣ୍ଟ ବୃଦ୍ଧି ପାଇ 33,790.71ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 160 ପଏଣ୍ଟ ବୃଦ୍ଧି ପାଇ 9,974.20ରେ ପହଁଞ୍ଚିଛି।

ମଙ୍ଗଳବାର ଦିନ ଏସୀୟ ସେୟାର ଏବଂ ୱାଲ୍ ଷ୍ଟ୍ରିଟ୍ ଫ୍ୟୁଚର ରାଲି ହୋଇଛି। ଜାପାନ ବାହାରେ ଏସିଆ-ପାସିଫିକ୍ ସେୟାରଗୁଡିକର ଏମଏସସିଇଆଇର ବ୍ୟାପକ ସୂଚକାଙ୍କ 2.2% ବୃଦ୍ଧି ପାଇଛି। ଜୁନ୍ 1 ପରଠୁ ଏହାର ଏକ ଦିନିକିଆ ଲାଭ ।

ଅଷ୍ଟ୍ରେଲିୟ ଷ୍ଟକ୍ 3.0% ବୃଦ୍ଧି ପାଇଥିବାବେଳେ ଚାଇନାରେ ସେୟାର 1.2% ବୃଦ୍ଧି ପାଇଛି । ସୋମବାର ୱାଲ୍ ଷ୍ଟ୍ରିଟରେ ବିଳମ୍ବିତ ରାଲି ପରେ ଆମେରିକାର ଷ୍ଟକ୍ ଫ୍ୟୁଚର, ଏସ୍ ଆଣ୍ଡ ପି 500 ଇ-ମିନିସ୍ 0.98% ବୃଦ୍ଧି ପାଇଛି ବୋଲି ରଏଟର୍ସ ରିପୋର୍ଟରେ ଦର୍ଶାଯାଇଛି।

ସୋମବାର ପୂର୍ବ ଅଧିବେଶନରେ, ବିଏସଇ ସେନସେକ୍ସ 552.09 ପଏଣ୍ଟ ହ୍ରାସ ପାଇ 33,228.80 ରେ ଶେଷ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି 159.20 ପଏଣ୍ଟରୁ 9,813.70 ରେ ଶେଷ ହୋଇଛି ।

ABOUT THE AUTHOR

...view details