ମୁମ୍ବାଇ: ସେୟାର ବଜାରରେ ଜାରି ରହିଥିବା 5 ଦିନର ବମ୍ପର ବୃଦ୍ଧିରେ ଲାଗିଲା ବ୍ରେକ । ନକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଏଚଡିଏଫସି , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଇମ୍ଫୋସିସ ଭଳି ବଡ ସେୟାର ଦୁର୍ବଳ ରହିଛି । ଯାହା ଫଳରେ ସେନସେକ୍ସ ଓ ନିଫ୍ଟି ରେଡ ଆଲର୍ଟରେ କାରବାର ବନ୍ଦ କରିଛି ।
ବଜାର ତଳମୁହାଁ: 5 ଦିନର ଅଭିବୃଦ୍ଧିରେ ଲାଗିଲା ବ୍ରେକ - market news
ନକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଘରୋଇ ବଜାର ଅଭିବୃଦ୍ଧିରେ ଲାଗିଲା ବିରାମ । 5 ଦିନର ଜବରଦସ୍ତ ପ୍ରଫିଟ ପରେ ଆଜି ରେଡ ଆଲର୍ଟରେ ବନ୍ଦ କାରବାର । ଅଧିକ ପଢନ୍ତୁ..
ବଜାର ତଳମୁହାଁ: 5 ଦିନର ଅଭିବୃଦ୍ଧିରେ ଲାଗିଲା ବ୍ରେକ
ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 143.62 ପଏଣ୍ଟ କମି 45,959.88 ପଏଣ୍ଟରେ ବନ୍ଦ କରିଛି କାରବାର । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 50.80 ପଏଣ୍ଟ ହ୍ରାସ ହୋଇ 13,478.30 ପଏଣ୍ଟରେ ପହଞ୍ଚିଛି ।
ସେନେସକ୍ସରେ ସାମିଲ ଅଲ୍ଟ୍ରୋଟେକ ସିମେଣ୍ଟ ସବୁଠୁ ଅଧିକ କ୍ଷତି ସହିଛି । ସେହିଭଳି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ , ଆକ୍ସିସ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ହ୍ରାସ ଦେଖାଦେଇଛି । ସେପେଟେ ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ କ୍ରୁଡ ଦାମ ସାମାନ୍ୟ ବଢିଛି ।