ଓଡିଶା

odisha

By

Published : Jan 22, 2020, 1:05 PM IST

ETV Bharat / business

ଆରମ୍ଭରୁ ଉଛୁଳିଲା ସେନସେକ୍ସ, ନିଫ୍ଟି ବି 12200 ଉପରେ

ବିଦେଶୀ ବଜାରରେ ନକରାତ୍ମକ ସଙ୍କେତ ପରେ ବି ଉଛୁଳିଲା ଭାରତୀୟ ସେୟାର ବଜାର। କାରବାର ଆରମ୍ଭରୁ 200 ପଏଣ୍ଟ ବଢିଛି ସେନସେକ୍ସ। ସେପଟେ ନିଫ୍ଟି 12,200 ଉପରେ କାରବାର କରୁଛି।

sensex jumps over 200 pts nifty reclaims 12200
ଆରମ୍ଭରୁ ଉଛୁଲିଲା ସେନସେକ୍ସ


ମୁମ୍ବାଇ: ବିଦେଶୀ ବଜାରରେ ନକରାତ୍ମକ ସଙ୍କେତ ପରେ ବି ଉଛୁଳିଲା ଭାରତୀୟ ସେୟାର ବଜାର। କାରବାର ଆରମ୍ଭରୁ 200 ପଏଣ୍ଟ ବଢିଛି ସେନସେକ୍ସ। ସେପଟେ ନିଫ୍ଟି 12,200 ଉପରେ କାରବାର କରୁଛି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ଆରମ୍ଭରେ 143.39 ପଏଣ୍ଟ ବଢି 41,467.20ରେ ରହିଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 41.55 ପଏଣ୍ଟ ବୃଦ୍ଧି ସହ 12,211.40ରେ କାରବାର କରୁଛି।

ଲଗାତାର 2 ଦିନର ହ୍ରାସ ପରେ ଘରୋଇ ସେୟାର ବଜାରରେ ଅଭିବୃଦ୍ଧି ପେରିଛି। ସେପଟେ ଚୀନରେ ବିସ୍ତାରିତ କାରୋନାୱାଇରସର ପ୍ରସାର ଯୋଗୁଁ ଦୁନିଆର ଅନ୍ୟ ଦେଶରେ ହେୁତିବା ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ବା ବିଦେଶୀ ଯାତ୍ରା ଉପରେ ପ୍ରଭାବ ପଡିପାରେ। ଏହି ଆଶଙ୍କାରେ ବିଶ୍ବ ବଜାରରେ ଏତେଟା ବୃଦ୍ଧି ଦେଖାଯାଉନାହିଁ।

ABOUT THE AUTHOR

...view details