ଓଡିଶା

odisha

ସବୁଜ ସଙ୍କେତରେ ଖୋଲିଲା ସେୟାର ବଜାର, ନିବେଶକ ଆଶ୍ବସ୍ତ

By

Published : May 19, 2020, 1:06 PM IST

ମଙ୍ଗଳବାର ବିଏସଇ ସେନସେକ୍ସ 443 ପଏଣ୍ଟ ବୃଦ୍ଧି ପାଇ 30,472.23ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 122 ପଏଣ୍ଟ ବୃଦ୍ଧି ପାଇ 8,945.75ରେ ପହଁଞ୍ଚିଛି।

ସବୁଜ ସଙ୍କେତରେ ଖୋଲିଲା ସେୟାର ବଜାର, ନିବେଶକ ଆଶ୍ବସ୍ତ
ସବୁଜ ସଙ୍କେତରେ ଖୋଲିଲା ସେୟାର ବଜାର, ନିବେଶକ ଆଶ୍ବସ୍ତ

ନୂଆଦିଲ୍ଲୀ: ସବୁଜ ସଙ୍କେତ ସହ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ କାରବାର ଆରମ୍ଭ କରିଛି। ଉଭୟ ସେନସେକ୍ସ ଏବଂ ନିଫ୍ଟି ଏକ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ମଙ୍ଗଳବାର ବିଏସଇ ସେନସେକ୍ସ 443 ପଏଣ୍ଟ ବୃଦ୍ଧି ପାଇ 30,472.23ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 122 ପଏଣ୍ଟ ବୃଦ୍ଧି ପାଇ 8,945.75ରେ ପହଁଞ୍ଚିଛି।

ଟିସିଏସ୍ ବ୍ୟତୀତ (1.12 ପ୍ରତିଶତ ହ୍ରାସ), ସେନ୍ସେକ୍ସ ପ୍ୟାକ୍ ରେ ଥିବା ସମସ୍ତ ଷ୍ଟକ୍ ସବୁଜ ରଙ୍ଗରେ କାରବାର ଆରମ୍ଭ କରିଛନ୍ତି । ପ୍ରମୁଖ ଲାଭକାରୀ ସଂସ୍ଥା ମାନେ ହେଲେ ଭାରତ ଏୟାରଟେଲ, ଓଏନଜିସି, ଏଚଡିଏଫସି, ମାରୁତି, କୋଟାକ୍ ବ୍ୟାଙ୍କ, ବଜାଜ ଅଟୋ, ଆଇସିଆଇସିଆଇ ବ୍ୟାଙ୍କ, ହେରୋମୋଟୋ କର୍ପ, ପାୱାରଗ୍ରିଡ, ଇଣ୍ଡୁସ ଇଣ୍ଡିଆ ବ୍ୟାଙ୍କ, ବଜାଜ ଫାଇନାନ୍ସ ଏବଂ ଟାଟା ଷ୍ଟିଲ 5 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ସୋମବାର ସେୟାର ବଜାର ବେଞ୍ଚମାର୍କ ସେନସେକ୍ସ 1000 ପଏଣ୍ଟରୁ ଅଧିକ ହ୍ରାସ ପାଇ ବ୍ୟାଙ୍କିଙ୍ଗ ଷ୍ଟକରେ କ୍ଷତି ଘଟାଇଥିଲା। ବିଏସଇ ସେନ୍ସେକ୍ସ 1068.75 ପଏଣ୍ଟ ରୁ 30,028.98 କୁ କାରବାର କରିଛି । ଅନ୍ୟପକ୍ଷରେ ନିଫ୍ଟି 303.75 ପଏଣ୍ଟ ହ୍ରାସ ପାଇ 8,833.10 ରେ ପହଞ୍ଚିଛି।

ABOUT THE AUTHOR

...view details