ଓଡିଶା

odisha

ETV Bharat / business

ଧରାଶାୟୀ ସେୟାର ବଜାର, ମୁଣ୍ଡରେ ହାତ ଦେଲେଣି ନିବେଶକ

କାରବାର ଆରମ୍ଭରୁ ଧରାଶାୟୀ ସେୟାର ବଜାର। ଯାହା ନିବେଶକଙ୍କୁ ଚିନ୍ତାରେ ପକାଇ ଦେଇଛି। ସେନସେକ୍ସ 407 ପଏଣ୍ଟକୁ ଖସି 31,153.51 ରେ କାରବାର ବନ୍ଦ କରିଛି।

By

Published : May 12, 2020, 10:46 AM IST

Updated : May 12, 2020, 12:48 PM IST

sensex
ଧରାସାୟୀ ସେୟାର ବଜାର, ମୁଣ୍ଡରେ ହାତ ଦେଲେଣି ନିବେଶକ

ନୂଆଦିଲ୍ଲୀ: କୋରୋନା ଲକଡାଉନ ଭିତରେ ଗତ କିଛିଦିନ ହେବ ବମ୍ବେ ଷ୍ଟକ ଏକ୍ସେଚେଞ୍ଜରେ ଭଲ କାରବାର ଚାଲିଥିଲା। ଯାହା ନିବେଶକ ମାନଙ୍କୁ ଖୁସ୍ କରିଦେଇଥିଲା। ହେଲେ ଆଜି ତାହାର ବିପରୀତ ଦେଖିବାକୁ ମିଳିଛି। କାରବାର ଆରମ୍ଭରୁ ଧରାଶାୟୀ ସେୟାର ବଜାର। ଯାହା ନିବେଶକଙ୍କୁ ଚିନ୍ତାରେ ପକାଇ ଦେଇଛି। ସେନସେକ୍ସ 407 ପଏଣ୍ଟକୁ ଖସି 31,153.51 ରେ କାରବାର ବନ୍ଦ କରିଛି। ସେହିପରି ନିଫ୍ଟି 106.50 ପଏଣ୍ଟକୁ ଖସି 9,132.70ରେ ପହଞ୍ଚିଛି।

ସେନସେକ୍ସ ହ୍ରାସରେ ବେଶି କ୍ଷତି ସହିଛନ୍ତି ଏସିଆନ୍ ପେଣ୍ଟ୍, ଏଚଡିଏଫସି ବ୍ୟାଙ୍କ, ମାରୁତି, ହଲ, ଆକ୍ସିସ୍ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ, ଟାଟା ଷ୍ଟିଲ୍, ଆଇସିଆଇସିଆଇ ବ୍ୟାଙ୍କ, ଏମ୍ ଆଣ୍ଡ ଏମ୍, ଏସବିଆଇ ଏବଂ ବଜାଜ ଫାଇନାନ୍ସ 3.17 ପ୍ରତିଶତକୁ ଖସି ଆସିଛନ୍ତି। ଅନ୍ୟ ପଟେ ଏନଟିପିସି, ସନ୍ ଫାର୍ମା, ନେଷ୍ଟଲେ, ଟେକ୍ ମହିନ୍ଦ୍ରା, ଭାରତ ଏୟାରଟେଲ୍, ଆଇଟିସି, ଅଲଟ୍ରାଚେମ୍, ପାୱାରଗ୍ରିଡ୍ ଏବଂ ଟାଇଟାନ୍ର ଅଂଶଧନ 1.10 ପ୍ରତିଶତକୁ ବୃଦ୍ଧି ପାଇଛି।

ତେବେ ସୋମବାର ସେୟାର ବଜାରରେ ସେନସେକ୍ସ 31,561.22 ରେ ଶେଷ ହୋଇ 81.48 ପଏଣ୍ଟ ପହଞ୍ଚିଥିଲା। ସେହିଭଳି ନିଫ୍ଟି 220 ପଏଣ୍ଟରୁ ଅଧିକ ହ୍ରାସ ପାଇ 9,239.20 ରେ କାରବାର ବନ୍ଦ କରିଥିଲା।

Last Updated : May 12, 2020, 12:48 PM IST

ABOUT THE AUTHOR

...view details