ଓଡିଶା

odisha

ETV Bharat / business

ସବୁଜରୁ ଆରମ୍ଭ ବଜାରରେ ରେଡ ଆଲର୍ଟ ଟେନସନ, ଭାରୀ କ୍ଷତିରେ ନିବେଶକ - ଅଶୋଧିତ ତୈଳ ଦର ବୃଦ୍ଧି

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ଆମେରିକା ଫେଡରାଲ ରିଜର୍ଭର ସୁଧହାର ହ୍ରାସ । ଯେଉଁଥିପାଇଁ ସେୟାର ଦାମ କମିଚାଲିଛି । ଗୁରୁବାର ସବୁଜ ସଙ୍କେତରେ କାରବାର ଆରମ୍ଭ ହୋଇଥିଲା ବେଳେ କିଛି ସମୟରେ ଏହା ହ୍ରାସ ପାଇଥିଲା ।

ପ୍ରତିକାତ୍ମକ ଫଟୋ

By

Published : Sep 19, 2019, 1:28 PM IST

ନୂଆଦିଲ୍ଲୀ: ବିଶ୍ବ ବଜାରରେ ମାନ୍ଦାବସ୍ଥା ମଧ୍ୟରେ ଖସୁଛି ଭାରତୀୟ ସେୟାର ବଜାର । ଗୁରୁବାର ସବୁଜ ସଙ୍କେତରେ କାରବାର ଆରମ୍ଭ ହୋଇଥିଲା ବେଳେ କିଛି ସମୟରେ ଏହା ହ୍ରାସ ପାଇଥିଲା । ଆଉ ଏହାର କାରଣ ହେଉଛି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ଆମେରିକାର ଫେଡରାଲ ରିଜର୍ଭର ନୀତିଗତ ସୁଧହାର ହ୍ରାସ । ଯେଉଁଥିପାଇଁ ସେୟାର ଦାମ କମିଚାଲିଛି ।

ଦିନ 11.50aରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 287.96ପଏଣ୍ଟ ଖସି 36275.92 ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 86.25 ପଏଣ୍ଟର କମି 10754.40ରେ କାରବାର କରୁଛି।


ସକାଳୁ ସେନସେକ୍ସ 50 ପଏଣ୍ଟ ମଜବୁତ ହୋଇ 36,613.93ରେ ଖୋଲିଥିଲା ବେଳେ ନିଫ୍ଟି ସାମାନ୍ୟ ଅଭିବୃଦ୍ଧିର ସହ 10,845.20ରେ କାରବାର ଆରମ୍ଭ କରିଥିଲା । କିନ୍ତୁ ଏହି ଅଭିବୃଦ୍ଧି ଅଧିକ ସମୟ ପର୍ଯ୍ୟନ୍ତ ସ୍ଥିର ରହିନଥିଲା । ପାଖାପାଖୀ 353 ସେୟାର ସୂଚକାଙ୍କ ଉପରମୁହାଁ ରହିଥିଲା ବେଳେ 383 ନାଲି ସଙ୍କେତରେ ଥିଲା ।

ଗତ କାଲି(ବୁଧବାର ) ସେନସେକ୍ସ 36,563.88 ଓ ନିଫ୍ଟି 10,840.65 ସ୍ତରରେ କାରବାର ବନ୍ଦ କରିଥିଲା ।

ABOUT THE AUTHOR

...view details