ଓଡିଶା

odisha

ETV Bharat / business

ଧିମାଉଛି ବଜାର, ଲଗାତାର 3 ଦିନ ଧରି ଖସୁଛି ସେନସେକ୍ସ

ଶୁକ୍ରବାର କାରବାର ଆରମ୍ଭରୁ ମାନ୍ଦାରେ ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ଧିରେ ସୁସ୍ଥେ ଆଗକୁ ବଢୁଛି ।

By

Published : Jun 14, 2019, 2:20 PM IST

Updated : Jun 18, 2019, 10:56 AM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଲଗାତର 3 ଦିନ ଧରି ଧିମେଇ ଚାଲିଛି ସେୟାର ବଜାର । ଶୁକ୍ରବାର କାରବାର ଆରମ୍ଭରୁ ମାନ୍ଦାରେ ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ ଧିରେ ସୁସ୍ଥେ ଆଗକୁ ବଢୁଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 172.37 ପଏଣ୍ଟ ଖସି 39,568.99 ରହିଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 11,849.55 ରେ କାରବାର କରୁଛି ।

ଗୁରୁବାର ମାତ୍ରାଧିକ ବ୍ୟବଧାନ ସହ ଉପର-ତଳ ସହ ବନ୍ଦ ହୋଇଥିବା କାରବାର । ବୁଧବାର ମଧ୍ୟ ସମାନ ସ୍ଥିତି ରହିଥିଲା । ତେବେ ଆଜି କାରବାରୀ ସପ୍ତାହର ଶେଷ ଦିବସ ହୋଇଥିବାରୁ ବଜାରର ଲାଭ ନା କ୍ଷତିରେ କାରବାର ବନ୍ଦ କରିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।

Last Updated : Jun 18, 2019, 10:56 AM IST

For All Latest Updates

ABOUT THE AUTHOR

...view details