ମୁମ୍ବାଇ:ଇତିହାସ ରଚିଲା ଭାରତୀୟ ସେୟାର ବଜାର । ରେକର୍ଡ ଭାଙ୍ଗିଲା ସେନସେକ୍ସ । ଇତିହାସରେ ପ୍ରଥମ କରି ୬୦ ହଜାର ଛୁଇଁଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ । ଆଜି(ଶୁକ୍ରବାର) ସକାଳେ ସେୟାର ବଜାରର ଖୋଲୁ ଖୋଲୁ ସେନସେକ୍ସ 273 ପଏଣ୍ଟର ଲମ୍ବା ଲମ୍ଫ ସହ ୬୦ ହଜାର ପାର୍ କରିଛି ।
ଆଜି ସକାଳେ BSE ସୂଚକାଙ୍କ ସେନସେକ୍ସ 273 ପଏଣ୍ଟ ବଡ ଧରଣର ବୃଦ୍ଧି ସହ 60,158.76ରେ ଖୋଲିଥିଲା । ଗୋଟିଏ ଦିନ ପୂର୍ବରୁ ଏହା 59,885 ପଏଣ୍ଟରେ କାରବାର ବନ୍ଦ କରିଥିଲା । ଗୁରୁବାର ସେନସେକ୍ସ 958 ଉଛୁଳିଥିଲା ।