ଓଡିଶା

odisha

ETV Bharat / business

ରେକର୍ଡ ଭାଙ୍ଗିଲା ସେୟାର ବଜାର, ପ୍ରଥମ ଥର 61ହଜାର ପାର୍ କଲା ସେନସେକ୍ସ

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପୁଞ୍ଜି ବଜାର । ସର୍ବକାଳୀନ ରେକର୍ଡ ସ୍ଥାପନ କଲା ସେନସେକ୍ସ । ପ୍ରଥମ ଥର ୬୧ ହଜାର ପାର୍ କଲା BSE ସୂଚକାଙ୍କ । ସେପଟେ ନିଫ୍ଟିର ବି ଲମ୍ବା ଲମ୍ଫ । ଅଧିକ ପଢନ୍ତୁ...

ରେକର୍ଡ ଭାଙ୍ଗିଲା ସେୟାର ବଜାର, ପ୍ରଥମ ଥର 61,000 ପାର୍ କଲା ସେନସେକ୍ସ
ରେକର୍ଡ ଭାଙ୍ଗିଲା ସେୟାର ବଜାର, ପ୍ରଥମ ଥର 61,000 ପାର୍ କଲା ସେନସେକ୍ସ

By

Published : Oct 14, 2021, 2:51 PM IST

ମୁମ୍ବାଇ: ଲଗାତାର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପୁଞ୍ଜି ବଜାର । କାରବାର ଆରମ୍ଭରୁ ସେନସେକ୍ସର ଲମ୍ବା ଲମ୍ଫ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ପ୍ରଥମ ଥର ନିଜ ଇତିହାସରେ ୬୧ ହଜାର ପାର୍ କରିଛି । ଆଜି ସକାଳେ ସେନସେକ୍ସ ୩୫୧ ପଏଣ୍ଟ ବୃଦ୍ଧି ସହ ୬୧,୦୮୮.୮୨ରେ ଖୋଲିଥିଲା । କିଛି ସମୟ ମଧ୍ୟରେ ହିଁ BSE ସୂଚକାଙ୍କ ୪୨୨ ପଏଣ୍ଟ ଉଛୁଳି ୬୧,୧୫୯.୪୮ରେ ପହଞ୍ଚି କାରବାର କରିଛି । ଯାହା ଏହାର ସର୍ବକାଳନୀ ରେକର୍ଡ ଅଟେ ।

ସେହିଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୧୧୧ ପଏଣ୍ଟ ବୃଦ୍ଧି ସହ ୧୮,୨୭୨.୮୫ରେ ଖୋଲିଥିଲା । ଏହାପରେ ମାତ୍ର କିଛି ସମୟ ଭିତରେ ହିଁ ବୃଦ୍ଧି ପାଇ ୧୮,୨୯୪.୭୫ରେ ପହଞ୍ଚି ଯାଇଥିଲା । ତେବେ ତ୍ରୟ ମାସିକ ଫଳାଫଳ ପରେ ଆଜି Infosys, wipro ଏବଂ mindtree ସେୟାରରେ ହଲଚଲ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ capital goods, Realty, ମେଟାଲ ସେୟାର ମୂଲ୍ୟରେ ଦମଦାର ବୃଦ୍ଧି ଦେଖିବାକୁ ମିଳୁଛି ।

ବୁଧବାର ମଧ୍ୟ ଭାରତୀୟ ସେୟାର ବଜାର ନୂଆ ରେକର୍ଡ ବନାଇଥିଲା । BSE ସେନସେକ୍ସ ବୁଧବାର ୩୩୫ ପଏଣ୍ଟ ବୃଦ୍ଧି ସହ ୬୦,୬୨୮.୦୫ରେ ଖୋଲିଥିଲା । ଅପରାହ୍ନ ପାଖାପାଖି ୨.୩୭ ମିନିଟ୍ ସମୟରେ ଏହା ୫୫୨ ପଏଣ୍ଟର ଲମ୍ବା ଲମ୍ଫ ସହ ୬୦,୮୩୬.୬୩ରେ ପହଞ୍ଚି ଯାଇଥିଲା । କାରବାର ଶେଷରେ ସେନସେକ୍ସ ୪୫୨.୭୪ ପଏଣ୍ଟ ବୃଦ୍ଧି ସହ ୬୦, ୭୩୭.୦୫ରେ କାରବାର ବନ୍ଦ କରିଥିଲା ।

ABOUT THE AUTHOR

...view details