ଓଡିଶା

odisha

By

Published : Feb 3, 2021, 5:51 PM IST

ETV Bharat / business

ପ୍ରଥମଥର 50 ହଜାର ସ୍ତର ଟପିଲା ସେନସେକ୍ସ, ନିଫ୍ଟି 15 ହଜାର ନିକଟତର

ବଜେଟ ପରଠୁ ବଢୁଛି ବଜାର ଅଭିବୃଦ୍ଧି । ନିବେଶକଙ୍କ ବିଶ୍ବାସ ବଢିବା ସହ ପ୍ରଫିଟରେ ବନ୍ଦ ହେଉଛି କାରବାର । ପ୍ରଥମ ଥର ପାଇଁ ଆଜି ସେନସେକ୍ସ 50 ହଜାର ମାର୍କ ଟପି ରେକର୍ଡ କଲା ସେନସେକ୍ସ । ଅଧିକ ପଢନ୍ତୁ...

ପ୍ରଥମ ଥର 50  ହଜାର ସ୍ତର ଟପିଲା ସେନସେକ୍ସ , ନିଫ୍ଟି 15 ହଜାର ନିକଟତର
ପ୍ରଥମ ଥର 50 ହଜାର ସ୍ତର ଟପିଲା ସେନସେକ୍ସ , ନିଫ୍ଟି 15 ହଜାର ନିକଟତର

ମୁମ୍ବାଇ:ରେକର୍ଡ ସ୍ତରରେ ପୁଞ୍ଜି ବଜାର । ଆଜିକୁ 3 ଦିନ ଧରି ସେୟାର ସୂଚକାଙ୍କ ଉପରମୁହାଁ ସହ ଇକ୍ୟୁଟି ମାର୍କେଟ ପ୍ରଫିଟରେ ରହିଛି । ଆଜି ପ୍ରଥମଥର ପାଇଁ ସେନସେକ୍ସ 50,000 ପଏଣ୍ଟ ବୃଦ୍ଧି ସହ ବନ୍ଦ କରିଛି କାରବାର ।

ବୈଶ୍ବିକ ବଜାରରେ ଅଭିବୃଦ୍ଧି ଜାରି ମଧ୍ୟରେ ଘରୋଇ ବଜାରରେ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେନସେକ୍ସ 458 ପଏଣ୍ଟ ଉଛୁଳି ପ୍ରଥମଥର 50,255 ପଏଣ୍ଟରେ ବନ୍ଦ ହୋଇଛି । କାରବାର ସମୟରେ ଏହା 50,526.39 ପଏଣ୍ଟ ଯାଏଁ ଛୁଇଁଥିଲା । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 142.10 ପଏଣ୍ଟ ବଢି 14,789.95 ପଏଣ୍ଟ ସହ ରେକର୍ଡ ସୃଷ୍ଟି କରିଛି । କାରବାର ସମୟରେ ଆଜି ଏହା ସବୁ ରେକର୍ଡ ଭାଙ୍ଗି 14,868.85 ପଏଣ୍ଟକୁ ଛୁଇଁଥିଲା ।

ସେନସେକ୍ସରେ ସାମିଲ ସେୟାର ମଧ୍ୟରେ ସର୍ବାଧିକ ଲାଭରେ ଇଣ୍ଡସଇଣ୍ଡ ବ୍ୟାଙ୍କ ରହିଛି । ଏଥିରେ ପାଖାପାଖୀ 8 ପ୍ରତିଶତ ବୃଦ୍ଧି ଦେଖାଦେଇଛି । ଏହା ବ୍ୟତିତ ପାୱାରଗ୍ରୀଡ, ଡ ରେଡ୍ଡୀଜ , ସନ ଫାର୍ମା, ଏନଟିପିସି ଓ ଆକ୍ସସ ବ୍ୟାାଙ୍କରେ ମଧ୍ୟ ଭଳ ବୃଦ୍ଧି ଦେଖାଦେଇଛି ।

ଅନ୍ୟପଟେ କ୍ଷତିରେ ରହିଥିବା ସେୟାର ମଧ୍ଯରେ ଅଲ୍ଟ୍ରାଟେକ ସିମେଣ୍ଟ, ମାରୁତି, ଆଇଟିସି,କୋଟାକ ବ୍ୟାଙ୍କ ଓ ଏସିଆନ ପେଣ୍ଟସ ସାମିଲ ଅଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ ବଜେଟରେ ଐତିହାସିକ ଉପାୟର ଘୋଷଣା ଦ୍ବାରା ବଢିଛି ନିବେଶକଙ୍କ ବିଶ୍ବାସ । ସେପଟେ ଅନୁକୂଳ ବୈଶ୍ବିକ ସଙ୍କେତରୁ ମଧ୍ୟ ବଜାରକୁ ସମର୍ଥନ ମିଳିଛି । ଏହି ବୃଦ୍ଧି ସହ ଭାରତୀୟ ବଜାରର ବଜାର ପୁଞ୍ଜିକରଣ 2,00,000 ଅରବ ଟଙ୍କାର ନିକଟତର ହେଲାଣି ।

ଏସିଆର ଅନ୍ୟ ବଜାରରେ ହଂକଂର ହ୍ୟାଙ୍ଗସେଙ୍ଗ, ଦକ୍ଷିଣ କୋରିଆର କୋସ୍ପୀ ଓ ଜାପାନର ନିକ୍କ ଲାଭରେ ରହିଛି, ଯେତେବେଳେ କି ସଂଘାଇର କମ୍ପୋଜିଟ ଇଣ୍ଡେକ୍ସ କ୍ଷତିରେ ରହିଛି ।

ABOUT THE AUTHOR

...view details