ଓଡିଶା

odisha

ETV Bharat / business

ଭାରତରେ 2 ନୂଆ ବାଏବ୍ୟାକ ଫାଇନାନ୍ସିଙ୍ଗ ସ୍କିମ ଆରମ୍ଭ କଲା ସାମସଙ୍ଗ

ସାମସଙ୍ଗ ଭାରତୀୟ ଉପଭୋକ୍ତାଙ୍କ ପାଇଁ ବାଏବ୍ୟାକ ଫାଇନାନ୍ସିଙ୍ଗ ସ୍କିମ ଲଞ୍ଚ କରିଛି । ଏଥିରେ ଉପଭୋକ୍ତା 2ଟି ସ୍କିମର ଲାଭ ଉଠାଇପାରିବେ । ଅଧିକ ପଢନ୍ତୁ..

buyback financing scheme
buyback financing scheme

By

Published : Jul 3, 2020, 7:07 PM IST

ନୂଆଦିଲ୍ଲୀ: ଶୁକ୍ରବାର ସାମସଙ୍ଗ ଭାରତୀୟ ଉପଭୋକ୍ତାଙ୍କ ପାଇଁ ବାଏବ୍ୟାକ ଫାଇନାନ୍ସିଙ୍ଗ ସ୍କିମ(buyback financing schemes)ର ଆରମ୍ଭ କରିଛି । ଏଥିରେ ଗ୍ୟାଲେକ୍ସି ଆସୋୟର୍ଡ (Galaxy Assured) ଓ ଗ୍ୟାଲେକ୍ସି ଫରଏଭର 2ଟି ଯୋଜନା ରହିଛି ।

ଗ୍ୟାଲେକ୍ସି ଆସୋୟର୍ଡ ସହିତ ଗ୍ରାହକମାନେ ସେମାନଙ୍କ 3 ମାସ ପୁରୁଣା ଗ୍ୟାଲେକ୍ସି ଏସ 20 ସ୍ମାର୍ଟଫୋନ ମୂଳ ଡିଭାଇସ ଦାମର 70 ପ୍ରତିଶତ ପର୍ଯ୍ୟନ୍ତ ନିଶ୍ଚିତ କ୍ରୟ ମୁଲ୍ୟ ପାଇପାରିବେ ।

6 ମାସର ପୁରୁଣା ଉପକରଣ 60 ପ୍ରତିଶତ ପର୍ଯ୍ୟନ୍ତ ନିଶ୍ଚିତ ବାଏ ବ୍ୟାକ ପାଇଁ ଯୋଗ୍ୟ । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଉପଭୋକ୍ତା 9 ମାସ ଓ 12 ମାସ ପରେ ନିଜ ଡିଭାଇସ ମୂଲ୍ୟର 50 ପ୍ରତିଶତ ଏବଂ 40 ପ୍ରତିଶତ ଯାଏଁ ପାଇପାରିବେ।

ଗ୍ୟାଲେକ୍ସି ଆସୋୟର୍ଡ ପାଇଁ ସାମସଙ୍ଗ ଇଣ୍ଡିଆ ଏଭଳି ଏକ ଟେକ୍ନୋଲୋଜି କମ୍ପାନୀ ସର୍ଭିଫାଏ ସହ ବୁଝାମଣା କରିଛି, ଯିଏ ଡିଭାଇସ ଲାଇଫସାଇକେଲ ମ୍ୟାନେଜମେଣ୍ଟ ସର୍ବିସେସ ପ୍ରଦାନ କରିଥାଏ ।

ଗ୍ୟାଲେକ୍ସି ଫରଏଭର ଅଫର ଉପଭୋକ୍ତାଙ୍କୁ ବିଲକୁଲ ନୁଆ ଗ୍ୟାଲେକ୍ସି ଏସ 20 ସ୍ମାର୍ଟଫୋନକୁ ଯଦି 60 ପ୍ରତିଶତ ଦାମରେ କିଣିବା ସୁବିଧା ଦେଉଛି । ଯାହାଦ୍ବାରା ସାମସଙ୍ଗର ସବୁଠୁ ପ୍ରିମିୟମ ପ୍ଲାଗସିପ ମାଲିକ ହେବା ସହଜ ହୋଇଯାଇଥାଏ ।

କମ୍ପାନୀ କହିଛି କି, ଗ୍ୟାଲେକ୍ସି ଫରଏଭପ ପାଇଁ ସାମସଙ୍ଗ ଇଣ୍ଡିଆ ସର୍ଭିସ ଆଣ୍ଡ ଆଇଡିଏଫସି ସହ ବୁଝାମଣା କରିଛି ।

ABOUT THE AUTHOR

...view details