ଓଡିଶା

odisha

By

Published : Aug 27, 2019, 1:59 PM IST

ETV Bharat / business

40 ହଜାର ଟପିିଲା ସୁନା, 65 ପ୍ରତିଶତ ଖସିଲା ବେପାର

40 ହଜାର ଟପିିଲା ସୁନା । ଏଥିପାଇଁ ସୁନା କିଣିବାକୁ ଆଉ ମନ ବଳାଉନାହାଁନ୍ତି ଗ୍ରାହକ । ବରଂ ପାଖରେ ଥିବା ସୁନାକୁ ମେକିଙ୍ଗ ଚାର୍ଜ ଦେଇ ରିସାଇକେଲିଙ୍ଗ ଜରିଆରେ ନିଜ ମନପସନ୍ଦର ଗହଣା କରିବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି । ଯେଉଁଥିପାଇଁ ସୁନା ବିକ୍ରି 65 ପ୍ରତିଶତ ହ୍ରାସ ପାଇଥିବା ବେଳେ ରିସାଇକେଲିଙ୍ଗ 70 ପ୍ରତିଶତ ବୃଦ୍ଧି ପାଇଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆର୍ଥିକ ମନ୍ଦାବସ୍ଥା ଭିତରେ ଗହଣା ଦାମ ଆକାଶଛୁଆଁ । 40 ହଜାର ଟପିଲାଣି 10 ଗ୍ରାମ ସୁନା ଦାମ । ସେହିପରି ରୂପା ମଧ୍ୟ ଦ୍ରୁତ ବେଗରେ ବଢୁଛି । ଯେଉଁଥିପାଇଁ ଘରୋଇ ସରଫରା ବଜାରରେ ଚାହିଦା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।

ଗତ କିଛି ମାସର ରେକର୍ଡ ଦେଖିବାକୁ ଗଲେ ସୁନା ଲଗାତାର ବଢିଚାଲିଛି । ଏଥିଲାଗି ସୁନା ବିକ୍ରି ପାଖାପାଖୀ 65 ପ୍ରତିଶତ ହ୍ରାସ ପାଇଛି । ଯେତେବେଳେ କି ରିସାଇକେଲିଙ୍ଗ 70 ପ୍ରତିଶତ ବୃଦ୍ଧି ପାଇଛି । ସୁନା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଗହଣା ମହାଙ୍ଗା ହେଉଥିବାରୁ ଗ୍ରାହକ ସୁନା କିଣିବା ବଦଳରେ ତାର ପୁଃନପ୍ରକିୟାକରଣ କରି ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି ।

ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜ୍ୟୁଲେରୀର ଚେୟାରମ୍ୟାନ ବଛରାଜ ବାମଲବା କୁହନ୍ତି ଯେ, ଦାମ ବଢିବା କାରଣରୁ ଲୋକେ ନୂଆ ସୁନା କିଣିବା ବଦଳରେ , ନିଜ ପାଖରେ ରଖିଥିବା ସୁନାର ରିସାଇକେଲିଙ୍ଗ କରିବା ବିକଳ୍ପ ଅଧିକ ଲାଭପ୍ରଦ । ତେବେ ଆଗକୁ ସୁନା ଦାମ 41 ହଜାର ଛୁଇଁବା ନେଇ ଅନୁମାନ କରାଯାଉଛି ।

ABOUT THE AUTHOR

...view details