ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଉପରମୁହାଁ ରହିଛି । ସେୟାର ବଜାରରେ ଟଙ୍କାର ବିନିମ ମୂଲ୍ୟ 73.80 ସ୍ତରରେ ବନ୍ଦ ହୋଇଛି । ଯାହା ଗତ 3 ମାସର ସବୁଠୁ ମଜବୁତ ମୁଦ୍ରା ହୋଇଥିବା ବେଳେ 5 ମାସର ସର୍ବୋଚ୍ଚ ସ୍ତରରେ କାରବାର ବନ୍ଦ କରିଛି ।
ଟଙ୍କାର ମଜବୁତ ପୋର୍ଟଫୋଲିୟୋ ଇନଫ୍ଲୋ ଓ ସେୟାର ବଜାରରେ ମାର୍ଚ୍ଚର ନିମ୍ନ ସ୍ତରରୁ ହୋଇଥିବା ସୁଦୃଢ ପୁନଃରୁଦ୍ଧାର ସହ ଏହା ଯୋଡି ହୋଇଛି । କୋରୋନା ମହାମାରୀ ଯୋଗୁଁ ଆର୍ଥିକ ଗତିବିଧି ବାଧାପ୍ରାପ୍ତ ହୋଇଛି । ଏଥିସହ ଆର୍ଥିକ ସଙ୍କେତ ଧୀରେ ଧୀରେ ଠିକ ହେଉଛି । ଏହି ବାସ୍ତବିକତାର ବିପରୀତ , ସେୟାର ବଜାର ବଢିଚାଲିଛି ।