ମୁମ୍ବାଇ:ଭାରତୀୟ ମୁଦ୍ରା ବୁଧବାର କାରବାର ଆରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଦୁଇ ପଇସା ମଜବୁତ ହୋଇ 73.66ରେ ଖୋଲିଛି । ଆମେରିକା ମୁଦ୍ରାସ୍ଫୀତିର ପରିସଂଖ୍ୟାନ ଜାରି ହେବା ପୂର୍ବରୁ ଡଲାରରେ ବୃଦ୍ଧି ଦେଖାଯାଇଥିଲା । ଯାହାଫଳରେ ଘରୋଇ ମୁଦ୍ରା ଏକ ସୀମିତ ପରିଧି ମଧ୍ୟରେ କାରବାର କରିଥିଲା ।
ବିଦେଶୀ ମୁଦ୍ରା ବ୍ୟବସାୟୀଙ୍କ କହିବା କଥା, ଏହାବ୍ୟତୀତ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଘରୋଇ ମୁଦ୍ରା ଏକ ସୀମିତ ସୀମା ମଧ୍ୟରେ କାରବାର କରିଛି । ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିୟମ ବଜାରରେ ଟଙ୍କା ଡଲାର ମୁକାବିଲାରେ 73.68ରେ ଖୋଲିଥିଲା । ଏହାପରେ ନିଜ ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ଦୁଇ ପଇସା ବଢି 73.66ରେ ପହଞ୍ଚିଥିଲା ।