ଓଡିଶା

odisha

By

Published : Jan 19, 2021, 5:06 PM IST

ETV Bharat / business

ଡଲାରକୁ ମାତ ଦେଇ ବଳବାନ ଟଙ୍କା

ଆଜି ଡଲାର ତୁଳନାରେ ଟଙ୍କା 11 ପଇସା ସୁଦୃଢ ହୋଇଛି । ଫଳରେ ଟଙ୍କାର ବିନିମୟ ମୂଲ୍ୟ 73.17 ରହିଛି । ଅଧିକ ପଢନ୍ତୁ..

ଡଲାରକୁ ମାତ ଦେଇ  ବଳବାନ ଟଙ୍କା
ଡଲାରକୁ ମାତ ଦେଇ ବଳବାନ ଟଙ୍କା

ମୁମ୍ବାଇ: ମଙ୍ଗଳବାର ଡଲାର ତୁଳନାରେ ଦୃଢ ମଜବୁତ ହେଲା ଟଙ୍କା । ଘରୋଇ ସେୟାର ବଜାରରେ ପ୍ରଫିଟ ବଢିବା ସହ ଡଲାରକୁ ଚିତପଟ୍ଟାଙ୍ଗ କରି ବଳବାନ ହୋଇଛି ଭାରତୀୟ ମୁଦ୍ରା ।

ଆଜି ଡଲାର ତୁଳନାରେ ଟଙ୍କା 11 ପଇସା ସୁଦୃଢ ହୋଇଛି । ଫଳରେ ଟଙ୍କାର ବିନିମୟ ମୂଲ୍ୟ 73.17 ରହିଛି । ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିୟମ ବଜାରରେ ଆଜି ଟଙ୍କା 73.16 ରେ କାରବାର ଆରମ୍ଭ କରିଥିବା ବେଳେ ସର୍ବାଧିକ 73.14 ଓ ସର୍ବନିମ୍ନ 73.31 ସ୍ତରକୁ ଛୁଇଁଥିଲା । ତେବେ ଶେଷରେ ହ୍ରାସ-ବୃଦ୍ଧିର ପ୍ରକ୍ରିୟା ମଧ୍ୟରେ ଏହା ପୂର୍ବ ଦିନ ତୁଳନାରେ 11 ପଇସା ବଢି 73.17 ଟଙ୍କାରେ ବନ୍ଦ ହୋଇଛି ।

ଏଥି ମଧ୍ୟରେ ଛଅ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ସ୍ଥିତି ସୂଚାଉଥିବା ଡଲାର ସୂଚକାଙ୍କ 0.22 ପ୍ରତିଶତ ଖସି 90.52 ରେ ପହଞ୍ଚିଛି ।

ସେପଟେ ବୈଶ୍ବିକ ବଜାରରେ ବ୍ରେଣ୍ଟ କ୍ରୁଡ ଫିଚ୍ୟୁର ତୈଳ 1.26 ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା 55.44 ଡଲାର ରହିଛି ।

ABOUT THE AUTHOR

...view details