ଓଡିଶା

odisha

By

Published : Jun 16, 2020, 2:47 PM IST

ETV Bharat / business

ସର୍ବକାଳୀନ ରେକର୍ଡ ସ୍ତରରେ ରିଲାଏନ୍ସ ସେୟାର

ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ମିଳିଛି ବଡ ସଫଳତା । 11 ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ହାସଲ କଲା କମ୍ପାନୀ । ଏତେ ପରିମାଣରେ ବଜାର ପୁଞ୍ଜି ହାସଲ କରିଥିବା ଏହା ପ୍ରଥମ ଭାରତୀୟ କମ୍ପାନୀ । ଅଧିକ ପଢନ୍ତୁ..

reliance shares reach their all time level market capitalization
ସର୍ବକାଳୀନ ରେକର୍ଡ ସ୍ତରରେ ରିଲାଏନ୍ସ ସେୟାର

ନୂଆଦିଲ୍ଲୀ: ଦେଶର ସବୁଠୁ ପ୍ରମୁଖ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବଜାର ପୁଞ୍ଜିକରଣ ମଙ୍ଗଳବାର ପାଖାପାଖୀ 11 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ରିଲାଏନ୍ସ ସେୟାର ସର୍ବକାଳୀନ ଉଚ୍ଚ ସ୍ତର 1,648.55 ଟଙ୍କାରେ ପହଞ୍ଚିଛି ।

ବଜାର ରିପୋର୍ଟ ଅନୁସାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀର 2.45 କୋଟି ସେୟାର ତାଲିକାଭୁକ୍ତ ରହିଛି । ଏଭଳି ଭାବେ କମ୍ପାନୀର ବଜାର ପୁଞ୍ଜିକରଣ 10 ଲକ୍ଷ 98 ହଜାର କୋଟି ଟଙ୍କା ଅଛି ।

ବଜାର ପୁଞ୍ଜିକରଣର ଏହି ସ୍ତରକୁ ଛୁଇଁଥିବା ଏହା ପ୍ରଥମ ଭାରତୀୟ କମ୍ପାନୀ । କମ୍ପାନୀର ରାଇଟସ ଇସ୍ୟୁ ମଧ୍ୟ ସୋମବାର ସେୟାର ବଜାରରେ ତାଲିକାଭୁକ୍ତ ହୋଇଛି । କମ୍ପାନୀ ଏହାକୁ ଆଂଶିକ ଦେୟ ଆଧାରରେ ଆବଣ୍ଟନ କରିଛି ।

ରିଲାଏନ୍ସ କେବେ କେତେ ଦେଇଛି ରିଟର୍ଣ୍ଣ

  • ଜାନୁଆରୀ 2020: -6.76 ପ୍ରତିଶତ
  • ଫେବୃଆରୀ 2020: -5.88 ପ୍ରତିଶତ
  • ମାର୍ଚ୍ଚ 2020: -16.17 ପ୍ରତିଶତ
  • ଏପ୍ରିଲ 2020: 31.63 ପ୍ରତିଶତ
  • ମେ 2020: 0.84 ପ୍ରତିଶତ
  • ଜୁନ2020: 10.26 ପ୍ରତିଶତ (16 ଜୁନ ପର୍ଯ୍ୟନ୍ତ ତଥ୍ୟ)

ABOUT THE AUTHOR

...view details