ଓଡିଶା

odisha

ETV Bharat / business

ରିଲାଏନ୍ସର ନୂଆ ରେକର୍ଡ: 12 ଲକ୍ଷ କୋଟି ଟଙ୍କା ଟପିଲା ବଜାର ପୁଞ୍ଜିକରଣ - 12 ଲକ୍ଷ କୋଟି ଟଙ୍କା ଟପିଲା ବଜାର ପୁଞ୍ଜିକରଣ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଡ ସଫଳତା । 12 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବଜାର ପୁଞ୍ଜିକରଣ ସହ ଦେଶର ପ୍ରଥମ କମ୍ପାନୀ ହେଲୋ ଆରଆଇଏଲ । ଏଥିସହ ସେୟାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

12 ଲକ୍ଷ କୋଟି ଟଙ୍କା ଟପିଲା  ବଜାର ପୁଞ୍ଜିକରଣ
12 ଲକ୍ଷ କୋଟି ଟଙ୍କା ଟପିଲା ବଜାର ପୁଞ୍ଜିକରଣ

By

Published : Jul 13, 2020, 5:45 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବଜାର ପୁଞ୍ଜିକରଣ ସୋମବାର 12 ଲକ୍ଷ କୋଟି ଟଙ୍କା ପାର କରିଛି । ଏହି ଅଭିବୃଦ୍ଧି ସହ ଆରଆଇଏଲ ସେୟାର ସର୍ବୋଚ୍ଚ ସ୍ତରକୁ ଛୁଇଁଛି ।

ବିଏସଇରେ କମ୍ପାନୀର ସେୟାର 2.97 ପ୍ରତିଶତ ବଢି 1,934.30 ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଏହା 3.23 ପ୍ରତିଶତ ବଢି 1,938.70 ଟଙ୍କା ସହ ଉଚ୍ଚ ସ୍ତରରେ ରହିଛି ।

ସେୟାର ମୁଲ୍ୟ ଉଛୁଳିବା ପରେ କମ୍ପାନୀର ବଜାର ମୂଲ୍ୟାଙ୍କନ ବିଏସଇରେ 12,26,231.01 କୋଟି ଟଙ୍କା ହୋଇଛି ।

ସେନସେକ୍ସରେ ସାମିଲ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସବୁଠୁ ଅଧିକ ଲାଭରେ କାରବାର କରୁଛି । କମ୍ପାନୀ ରବିବାର ଟେକ୍ନୋଲୋଜି କମ୍ପାନୀ କ୍ବାଲକମ ସହ ଚୁକ୍ତି କରି 730 କୋଟି ଟଙ୍କା ହାସଲ ନେଇ ଘୋଷଣା କରିଛି ।

କମ୍ପାନୀ ଜିଓ ପ୍ଲାର୍ଟଫର୍ମରେ ଏବେ ସୁଦ୍ଧା 25.24 ପ୍ରତିଶତ ଅଂଶଧନ ବିକ୍ରି କରିଛି । ଏହା ପରଠୁ କମ୍ପାନୀଋଣ ମୁକ୍ତ ହେବା ସହ ସେୟାର ତୀବ୍ର ବେଗରେ ବଢୁଛି ।

ଗତ ମାସରେ ରିଲାଏନ୍ସ 11 ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ ହାସଲ ସହ ଦେଶର ପ୍ରଥମ କମ୍ପାନୀ ଭାବେ ରେକର୍ଡ ସୃଷ୍ଟି କରିଥିଲା ।

ABOUT THE AUTHOR

...view details