ଓଡିଶା

odisha

ETV Bharat / business

ଥମୁନି ତେଲ ଦାମ ବୃଦ୍ଧି, ଏହି ରାଜ୍ୟରେ 100 ଡେଇଁଲା ପେଟ୍ରୋଲ

ଲଗାତାର ବଢିଚାଲିଛି ତେଲ ଦାମ । ଶନିବାର ପେଟ୍ରୋଲ ଦାମ ଲିଟର ପ୍ରତି ଆଉ ଏକ ରାଜ୍ୟରେ 100 ଟଙ୍କା ଡେଇଁଛି । ଅଧିକ ପଢନ୍ତୁ..

ଥମୁନି ତେଲ ଦାମ ବୃଦ୍ଧି, ଏହି ରାଜ୍ୟରେ 100 ଡେଇଁଲା ପେଟ୍ରୋଲ
Petrol, diesel costlier by 35 paise each, 14th hike in fuel rates this month

By

Published : Jun 26, 2021, 6:50 PM IST

ନୂଆଦିଲ୍ଲୀ: ଊର୍ଦ୍ଧ୍ବମୁହାଁ ଗାଡି ଇନ୍ଧନ ଦାମ । ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ । ଶନିବାର ପୁଣି ଗାଡି ଇନ୍ଧନ ଦାମ ବଢିବା ପରେ ତାମିଲନାଡୁରେ ପେଟ୍ରୋଲ ଦାମ ଲିଟର ପ୍ରତି 100 ଟଙ୍କା ଟପିଛି ।

ସାର୍ବଜନିକ କ୍ଷେତ୍ରର ପେଟ୍ରୋଲିୟମ କମ୍ପାନୀର ଦାମ ବିଜ୍ଞପ୍ତି ଅନୁସାରେ , ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 35 ପଇସା ଲେଖାଁ ବଢିଛି । ଯାହାକି ନିକଟ ସମୟରେ ଗାଡି ଇନ୍ଧନ ଦାମରେ ସବୁଠୁ ଅଧିକ ବୃଦ୍ଧି ।

ଲଗାତାର ବୃଦ୍ଧି ଦ୍ବାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେପଟେ ଶତକ ଉପରେ ପେଟ୍ରୋଲ ଲିଷ୍ଟରେ ଆଉ ଏକ ରାଜ୍ୟ ତାମିଲନାଡୁ ସାମିଲ ହୋଇଛି ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ସର୍ବକାଳୀନ ସ୍ତର ଲିଟର ପ୍ରତି 35 ପଇସା ବଢି 98.11 ଟଙ୍କାରେ ପହଞ୍ଚିଛି । ସେହିଭଳି ଡିଜେଲ ଦାମ ଲିଟର ପିଛା 88.65 ଟଙ୍କା ଅଛି । ଭାଟ ଓ ପରିବହନ ଭଡା ଯୋଗୁଁ ବିଭିନ୍ନ ରାଜ୍ୟରେ ଇନ୍ଧନ ଦାମ ଭିନ୍ନ ଭିନ୍ନ ରହିଥାଏ ।

ରାଜସ୍ତାନ , ମଧ୍ୟପ୍ରଦେଶ , ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜାମ୍ମୁକାଶ୍ମୀର , ଓଡିଶା ଓ ଲଦାଖ ଭଳି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରେ ତାମିଲନାଡୁର ବିଭିନ୍ନ ସହରରେ ପେଟ୍ରୋଲ ଦାମ 100 ଡେଇଁଛି ।

ମେ 4ରୁ ଏବେ ସୁଦ୍ଧା ଗାଡି ଇନ୍ଧନ ଦାମରେ 30 ଥର ବୃଦ୍ଧି ହୋଇଛି । 30 ଥରରେ ପେଟ୍ରୋଲ ଦାମ ଲିଟର ପ୍ରତି 7.71 ଟଙ୍କା ଓ ଡିଜେଲ 8.12 ଟଙ୍କା ମହଙ୍ଗା ହୋଇଛି ।

ABOUT THE AUTHOR

...view details