ଓଡିଶା

odisha

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

By

Published : Jun 12, 2020, 11:14 AM IST

ପୁଣି ବଢିଲା ତୈଳ ଦର । ଲଗାତାର ଷଷ୍ଠ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି । ଅଧିକ ପଢନ୍ତୁ...

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଷଷ୍ଠ ଥର ପାଇଁ ବଢିଲା ପେଟ୍ରେଲ ଓ ଡିଜେଲ ଦର । ଷଷ୍ଠ ଦିନରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 59 ପଇସା ବୃଦ୍ଧି ପାଇଛି । ଏହି ଦର ବୃଦ୍ଧି ପାଇବା ପରେ ଦେଶର ପ୍ରମୁଖ ସହରରେ ଗୁଡିକରେ ମଧ୍ୟ ତୈଳ ଦରରେ ବୃଦ୍ଧି ଘଟିଛି ।

ତୈଳ ଦର ବୃଦ୍ଧି ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 74.57 ଟଙ୍କାରେ ପହଞ୍ଚିଛି । ଡିଜେଲ ଦର 72.81ଟଙ୍କାରେ ବିକ୍ରି କରାଯାଉଛି । କୋଲକାତାରେ ଲିଟର ପିଛା ଦର ରହିଛି 76.48 ଟଙ୍କା ଓ ଡିଜେଲ 68.70ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର 81.53 ରହିବା ସହ ଡିଜେଲ ଦର 71.48 ଟଙ୍କା । ଚେନ୍ନାଇରେ ମଧ୍ୟ ତୈଳ ଦର ବୃଦ୍ଧି ଘଟି ପେଟ୍ରୋଲ ଲିଟର ପିଛା 78.47ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଦର 71.14 ଟଙ୍କା ରହିଛି ।

ଗତ 6 ଦିନ ଧରି କ୍ରମାଗତ ବୃଦ୍ଧି ପାଉଥିବା ତୈଳ ଦରରେ ବୃଦ୍ଧି ପାଉଛି। ଏହି 6 ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 3.31 ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 3.42 ଟଙ୍କା ବୃଦ୍ଧି ପାଇଛି।

ABOUT THE AUTHOR

...view details