ଓଡିଶା

odisha

By

Published : Jan 10, 2020, 6:06 PM IST

ETV Bharat / business

ଥମିଲା ବିଶ୍ବ ବିବାଦ, ହେଲେ ଭାରତରେ କମୁନି ତେଲ ଦାମ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଲା ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ପାଇଛି। ଫଳରେ ଆମଦାନୀ ଖର୍ଚ୍ଚ କମିଛି। ହେଲେ ଏହା ପରେ ମଧ୍ୟ ଭାରତୀୟ ବଜାରରେ କମୁନି ପେଟ୍ରୋଲ ଓ ଡିଜେଲ ଦର।

no relief from soaring petrol diesel prices
ଥମିଲା ବିଶ୍ବ ବିବାଦ , ହେଲେ ଭାରତରେ କମୁନି ତେଲ ଦାମ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବିବାଦ ଥମିବା ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦାମ। ହେଲେ ଭାରତୀୟ ବଜାରରେ କମିବାର ନାଁ ଧରୁନି ପେଟ୍ରୋଲ ଓ ଡିଜେଲ ଦର। ମହଙ୍ଗା ତେଲ ଦରରୁ ଆଶ୍ବସ୍ତି ପାଉନାହାଁନ୍ତି ଭାରତୀୟ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ କମିବା ପରେ ଭାରତକୁ ଆମଦାନୀ ଖର୍ଚ୍ଚ କମିଥିଲା। ହେଲେ ଏହାର ସକରାତ୍ମକ ପ୍ରଭାବ ଏବେ ବି ଖାଉଟି ବଜାରରେ ଦେଖିବାକୁ ମିଳିନି।

ଶୁକ୍ରବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 13 ପଇସା ଦୁର୍ବଳ ହୋଇ 4224 ଟଙ୍କାରେ କାରବାର କରୁଥିଲା। ଯାହାକି 4 ଦିନ ତଳେ 4670 ଟଙ୍କା ରହିଥିଲା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଥିବାରୁ ବ୍ୟାରେଲ ପିଛା ତେଲ ପାଖାପାଖି 450 ଟଙ୍କା ହ୍ରାସ ପାଇଛି।

ଏପଟେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ 15 ପଇସା ଲେଖାଏଁ ବଢିଥିବା ବେଳେ ଡିଜେଲ 11ରୁ 12 ପଇସା ବଢିଛି। ସେହିପରି ଦେଶର ଅନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି। ଦେଶର ରାଜଧାନୀରେ ପେଟ୍ରୋଲ ଦାମ ଲିଟର ପିଛା 76 ଟଙ୍କା ନିକଟତର ହୋଇଥିଲା ବେଳେ ଡିଜେଲ ଦାମ 69 ଟପିଲାଣି।

ABOUT THE AUTHOR

...view details