ନୂଆଦିଲ୍ଲୀ: ହ୍ରାସ-ବୃଦ୍ଧି ସହ ବନ୍ଦ ସୋମବାର ପୁଞ୍ଜି ବଜାର । ସକରାତ୍ମକ ସଙ୍କେତରେ ଆରମ୍ଭ କାରବାର ବନ୍ଦ ସୁଦ୍ଧା ରେଲ ଆଲର୍ଟକୁ ଖସିଛି । ଅସ୍ଥିରତାର ସହ ସେୟାର ସୂଚକାଙ୍କ ତଳମୁହାଁ ଅଛି।
ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 194 ପଏଣ୍ଟ ହ୍ରାସ ହୋଇ 37,935 ରେ କାରବାର ବନ୍ଦ କରିଛି । ସେହିରରି 50 ସେୟାର ଆଧାରିତ ନିଫ୍ଟି 62.35 ପଏଣ୍ଟ କମି 11,131.80. ରେ କାରବାର ଶେଷ କରିଛି ।
ଅନିଶ୍ଚିତତାରେ ବନ୍ଦ ବଜାର, ରେକର୍ଡ ଭାଙ୍ଗିଲା ସୁନା-ରୂପା ଦାମ et Roundup ସେନସେକ୍ସରେ ସାମିଲ ସେୟାର ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ ସେୟାର ସବୁଠୁ ଅଧିକ ହ୍ରାସ ହୋଇଛି । ସେପଟେ ଏସିଆନ ପେଣ୍ଟସ, ଏଚସିଏଲ ଟେକ, ଇନଫୋସିସ , ଟିସିଏସ, ଅଲ୍ଟ୍ରାଟେକ ସିମେଣ୍ଟ ଓ ଟାଟା ଷ୍ଟିଲ ସେୟାରରେ ବୃଦ୍ଧି ରେକର୍ଡ ହୋଇଛି ।
ଅନ୍ୟପଟେ ସୁନା ଦାମ ଲଗାତାର ବଢିଚାଲିଛି । ସୋମବାର ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପିଛା 905 ଟଙ୍କା ବଢି 52,960 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ମଧ୍ୟ ଅଧିକ ଚାହିଦା ମଧ୍ୟରେ କିଲୋ ପ୍ରତି 62,323 ଟଙ୍କାକୁ ବୃଦ୍ଧି ପାଇଛି ।