ଓଡିଶା

odisha

By

Published : Nov 6, 2020, 7:34 PM IST

ETV Bharat / business

ପୁଞ୍ଜି ବଜାରରେ ପ୍ରଫିଟ ଜାରି, 553 ପଏଣ୍ଟ ବଢିଛି ସେନସେକ୍ସ

ସେନସେକ୍ସ 552.90 ପଏଣ୍ଟ ବଢି 41,893.06 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନିଫ୍ଟି 143.25 ପଏଣ୍ଟ ଉଠି 12,263.55 ପଏଣ୍ଟରେ ପହଞ୍ଚିଛି । ଅଧିକ ପଢନ୍ତୁ..

ପୁଞ୍ଜି ବଜାରରେ ପ୍ରଫିଟ ଜାରି, 553 ପଏଣ୍ଟ ବଢିଛି ସେନସେକ୍ସ
ପୁଞ୍ଜି ବଜାରରେ ପ୍ରଫିଟ ଜାରି, 553 ପଏଣ୍ଟ ବଢିଛି ସେନସେକ୍ସ

ମୁମ୍ବାଇ: ଲଗାତାର ପଞ୍ଚମ କାରବାର ଦିନରେ ପୁଞ୍ଜି ବଜାରରେ ବୃଦ୍ଧି ଜାରି । ସେନସେକ୍ସ ଓ ନିଫ୍ଟି ଉଭୟ ସେୟାର ସୂଚକାଙ୍କ ଉପରମୁହାଁ ସହ କାରବାର ବନ୍ଦ ରହିଛି ।

ବିଦେଶୀ ପୁଞ୍ଜି ପ୍ରବାହ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚଡିଏଫସି ବ୍ୟାଙ୍କରେ ବୃଦ୍ଧି ସହ ବଜାର ସୁଦୃଢ ରହିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 552.90 ପଏଣ୍ଟ ବଢି 41,893.06 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 143.25 ପଏଣ୍ଟ ଉଠି 12,263.55 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ସେୟାରରେ ସର୍ବାଧିକ ଲାଭରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ରହିଛି । ଏଥିରେ 3 ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଦେଇଛି । ଏହା ବ୍ୟତିତ ବଜାଜ ଫିନସର୍ଭ, ଇଣ୍ଡସାଇଣ୍ଡ ବ୍ୟାଙ୍କ, ଏଚଡିଏଫସି, କୋଟକ ବ୍ୟାଙ୍କରେ ମଧ୍ୟ ବୃଦ୍ଧି ପରିଲିଖିତ ହୋଇଛି । ଅନ୍ୟପଟେ ଯେଉଁ ସବୁ ସେୟାରରେ ହ୍ରାସ ଦେଖାଦେଇଛି , ସେଥିମଧ୍ୟରେ ମାରୁତି, ଭାରତୀ ଏୟାରଟେଲ , ଏସିଆନ ପେଣ୍ଟସ , ଅଲ୍ଟ୍ରାଟେକ ସିମେଣ୍ଟ, ନସେଲେ ଇଣ୍ଡିଆ ରହିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.93 ପ୍ରତିଶତ ହ୍ରାସ ସହ ବ୍ୟାରେଲ ପ୍ରତି 40.14 ଡଲାରରେ କାରବାର କରୁଛି ।

ABOUT THE AUTHOR

...view details