ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟ ଚାଲିଥିବା ଘମାଘୋଟ ଯୁଦ୍ଧ ବିଶ୍ବ ବଜାରକୁ ପ୍ରଭାବିତ କରିଛି । ବିଶ୍ବ ସେୟାର ମାର୍କେଟ ଧରାଶାୟୀ ହେବା ସହ ନିବେଶକ ବିପୁଳ କ୍ଷତି ସହୁଛନ୍ତି । ଯୁଦ୍ଧର କଳାବାଦଲ ଲଞ୍ଚ ହେବାକୁ ଥିବା ଭାରତର ସବୁଠୁ ଆଇପିଓ ଉପରେ ମଧ୍ୟ ପଡିଛି । ଚଳିତ ମାସରେ ଦେଶର ସବୁଠୁ ବଡ ପ୍ରାରମ୍ଭିକ ସର୍ବସାଧାରଣ ଅଫର(IPO) ଆସିବାର ଥିଲା । ମାତ୍ର ୟୁକ୍ରେନ ସଙ୍କଟ ଯୋଗୁଁ ଏହା ବିଳମ୍ବିତ ହୋଇପାରେ । ବହୁ ପ୍ରତିକ୍ଷୀତ ଭାରତୀୟ ଜୀବନ ବୀମା ନିଗମ(LIC of India) ଆଇପିଓ ଆସନ୍ତା ବର୍ଷ ଯାଏଁ ଘୁଞ୍ଚାଇ ଦିଆଯାଇପାରେ ବୋଲି ଅଧିକାରୀ ସୂତ୍ରରୁ ଜଣାପଡିଛି ।
Russia Ukraine War: ଆସନ୍ତା ବର୍ଷକୁ ଘୁଞ୍ଚିପାରେ LIC ଆଇପିଓ - ଆସନ୍ତା ବର୍ଷଯାଏଁ ଘୁଞ୍ଚିବ ଏଲଆଇସି ଆଇପିଓ
ଋଷିଆ-ୟୁକ୍ରେନ ମଧ୍ୟ ଚାଲିଥିବା ଘମାଘୋଟ ଯୁଦ୍ଧ ଯୋଗୁଁ ବିଶ୍ବ ଷ୍ଟକ ବଜାର ଧରାଶାୟୀ ରହିଛି । ଚଳିତ ମାସରେ ଭାରତର ସବୁଠୁ ବଡ ଆଇପିଓ ଏଲଆଇସି ଲଞ୍ଚ କରିବାକୁ ଥିବାବେଳେ ୟୁକ୍ରେନ ସଙ୍କଟ ଯୋଗୁଁ ଏହା ଆସନ୍ତା ବର୍ଷକୁ ଘୁଞ୍ଚିପାରେ । ଅଧିକ ପଢନ୍ତୁ
ଦେଶର ସର୍ବବୃହତ୍ ବୀମା କମ୍ପାନୀ LIC ମାର୍ଚ୍ଚରେ ଆଇପିଓ ଆଣିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ । ସରକାର ଏଲଆଇସି ଆଇପିଓ ଲଞ୍ଚ କରି ୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି । ଏହି ଆଇପିଓ ଏବେସୁଦ୍ଧା ଭାରତର ସବୁଠୁ ବଡ ଆଇପିଓ ହେବ । ଆଇପିଓର ଆକାର ୬୩ ହଜାର କୋଟି ଟଙ୍କା ହୋଇପାରେ । ଏଥିରେ ପଲିସିଧାରକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିଛି । ଏପରିକି ଏଥିରେ ୨୦ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ହେଲେ ଯୁଦ୍ଧ ମଧ୍ୟରେ ଏହାକୁ କେତେ ଅନୁକୂଳ ପ୍ରତିକ୍ରିୟା ମିଳିବ ତାହା ଅନିଶ୍ଚିତତାରେ । ତେଣୁ ଏହିସବୁ ଦୃଷ୍ଟିରୁ LIC ଆଇପିଓ ବିଳମ୍ବିତ କରିପାରନ୍ତି ସରକାର ।
ପ୍ରକାଶଥାଉ କି, ବର୍ତ୍ତମାନ ଦେଶର ସବୁଠୁ ଆଇପିଓ ପେଟିଏମର ରହିଛି । ଗତବର୍ଷ ପେଟିଏମ ୧୮,୫୦୦ କୋଟିର ଆଇପିଓ ଲଞ୍ଚ କରିଥିଲା । ଏହାପୂର୍ବରୁ ୨୦୧୦ରେ କୋଲ ଇଣ୍ଡିଆ ପକ୍ଷରୁ ୧୫,୫୦୦ କୋଟିର ଆଇପିଓ ଲଞ୍ଚ କରାଯାଇଥିଲା ।